ଭାରତରେ ସ୍ୱଦେଶୀ 5G ପାଇଁ ଅନୁମତି ଲୋଡ଼ିଲା ଜିଓ

ନୂଆଦିଲ୍ଲୀ – ରିଲାଏନ୍ସ ଜିଓ ସ୍ୱଦେଶୀ 5G ଭାରତରେ ଲଞ୍ଚ କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ଲୋଢ଼ିଛି । ଏହିର 5G ଚେଟନୋଲଜି ସଫଳ ହେଲେ ଥାର୍ଡ ପାର୍ଟି ବା ତୃତୀୟ ପକ୍ଷ ଦ୍ୱାରା ଏହାର ଆଉଟ ସୋର୍ସିଂ କରାଯିବ ।
ଚୀନ୍‌ର ହୁଆଓ୍ୱେ, ଏରିକସନ୍‌ ଓ ନୋକିଆ ସହ ମିଶି 5G ଟେକନୋଲଜିର ଟ୍ରାଏଲ୍ ରନ୍‌ କରିବ । ପୂର୍ବରୁ ସାମସଙ୍ଗ ଜିଓକୁ ବିଭିନ୍ନ ଉପକରଣ ଓ ଟେକନୋଲଜି ଯୋଗାଇ ଦେଉଥିଲା ।

ଅନେକ ବର୍ଷ ଧରି ରିଲାଏନ୍ସ ଟେଲିକମ୍‌ କ୍ଷେତ୍ରରେ ବିଭିନ୍ନ ଗବେଷଣା, ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକ୍ରମ କରି ଆସୁଛି । ପୂର୍ବରୁ 5G ଟେକନୋଲଜି ଓ ଆଇଓଟିର ବିକାଶ ପାଇଁ ଆମେରିକାର କମ୍ପାନୀ ରେଡିସିସ୍‌କୁ କିଣିଛି।

ଚୀନ୍‌ର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏୟାରଟେଲ୍‌ ଦାବି କରିଛି। 5G ଟେକ୍ନୋଲୋଜି ରେ ୟୁରୋପୀୟ ଓ ଚୀନ୍‌ର କମ୍ପାନୀମାନେ ପ୍ରଭାବ ବିସ୍ତାରକରିଛନ୍ତି । ଏଥିରେ ରିଲାଏନ୍ସ ଜିଓ ନିଜର ଏକ ଭଲ ସ୍ଥାନ ସୃଷ୍ଟି କରିଛି । ଜିଓ ବ୍ୟତୀତ ଏରିକ୍ସସନ୍‌, ନୋକିଆ ଓ ହୁଆଓ୍ୱେ ସହ ଭୋଡାଫୋନ୍‌ ଆଇଡିଆ ଓ ଏୟାରଟେଲ୍‌ କାମ କରୁଛନ୍ତି ।
ଭାରତ ସରକାରଙ୍କ ପକ୍ଷରୁ ଦେଶରେ 5G ଟେକ୍ନୋଲୋଜିର ବିକାଶ ଓ ଉତ୍ପାଦନ ପାଇଁ ଗୁରୁତ୍ୱ ଦିଆଯାଇଛି । ସ୍ୱଦେଶୀ ଉପାୟରେ ଏହି ଟେକ୍ନୋଲଜିର ବିକାଶ ପାଇଁ ଟ୍ରାଇ ପ୍ରସ୍ତାବ ଦେଇଛି ।

   ସମ୍ବନ୍ଧିତ ଖବର


‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…