PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଜିଓ ଏବଂ ବିଏସଏନଏଲ ମଧ୍ୟରେ ଜାଣନ୍ତୁ କାହାର ସବୁଠୁ ଶସ୍ତା ପ୍ଲାନ୍ ଏବଂ କିଏ ଦେଉଛି ଅଧିକ ଫାଇଦା

ନୂଆଦିଲ୍ଲୀ ୩/୬: କରୋନାକାଳରେ ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାର ଶସ୍ତା ପ୍ଲାନ୍ ମାର୍କେଟକୁ ଆଣୁଛନ୍ତି । ଏହି ପ୍ଲାନରେ ଡାଟାଠୁ ନେଇ କଲିଂ, ମେସେଜ ଭଳି ଅନେକ ପ୍ରକାର ସୁବିଧା ଦିଆଯାଉଛି । ଗୋଟେ ପଟେ ଜିଓ ମାର୍କେଟରେ ୯୮ ଟଙ୍କିଆ ଶସ୍ତା ପ୍ଲାନ୍ ଆଣିଥିବାବେଳେ ଅନ୍ୟପଟେ ବିଏସଏନଏଲ୍ ୯୭ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି । ଆସନ୍ତୁ ଜାଣିବା କାହିଁକି ବିଏସଏନଏଲର ପ୍ଲାନ୍ ଜିଓ ପ୍ଲାନ୍ ଉପରେ ଭାରି ପଡୁଛି ।

ଜିଓର ୯୮ ଟଙ୍କିଆ ପ୍ଲାନ୍
କମ୍ ଦାମରେ ଏହି ପ୍ଲାନରେ ଆପଣଙ୍କୁ ଅନେକ ବେନିଫିଟ୍ସ ମିଳୁଛି । ଏହି ପ୍ଲାନର ବୈଧତା ୧୪ ଦିନ । ଏଥିରେ ୟୁଜର୍ସଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବ । ଅର୍ଥାତ୍ ୟୁଜର୍ସ ୧୪ ଦିନର ବୈଧତା ସମୟରେ ସମୁଦାୟ ୨୧ ଜିବି ଡାଟାର ଲାଭ ଉଠାଇ ପାରିବେ ।

ଜିଓର ୯୮ ଟଙ୍କିଆ ପ୍ଲାନ୍ କଥା କହିବା ତ ଏଥିରେ ଡାଟା ସହିତ ୟୁଜର୍ସଙ୍କୁ ଅନେକ ବେନିଫିଟ୍ସ ମଧ୍ୟ ମିଳିବ । ଏହି ପ୍ଲାନ୍ ଅନୁସାରେ ୟୁଜର୍ସ କୌଣସି ବି ନମ୍ବରରେ ଫ୍ରି କଲିଂର ସୁବିଧା ପ୍ରାପ୍ତ କରିପାରିବେ । ଏହି ପ୍ଲାନରେ ଜିଓର ଆପ୍ସର ମଧ୍ୟ ମାଗଣା ସବସ୍କ୍ରିପ୍ସନ ଦିଆଯାଉଛି । ଏହି ଆପ୍ସରେ JioTV, JioCinema, JioNews, JioSecurity ଓ  JioCloud ଆଦି ସାମିଲ । କହିରଖୁଛୁ ଏହି ପ୍ଲାନକୁ କମ୍ପାନୀ ଗତ ବର୍ଷ ବନ୍ଦ କରିଦେଇଥିଲା କିନ୍ତୁ ଏବେ ପୁଣି ଲାଇଭ୍ ହୋଇଛି ଏବଂ ଜିଓର ସବୁଠାରୁ ଶସ୍ତା ପ୍ଲାନ୍ ଭାବେ ପାଲଟିଛି ।

ବିଏସଏନଏଲର ୯୭ ଟଙ୍କିଆ ପ୍ଲାନ୍
ବିଏସଏନଏଲର ୯୭ ଟଙ୍କିଆ ଏହି ଶସ୍ତା ପ୍ରିପେଡ୍ ପ୍ଲାନ୍ କଥା କହିବା ତ ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ଦିଆଯାଉଛି । ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ୧୮ ଦିନର ବୈଧତା ଦିଆଯାଉଛି ଯାହାର ଅର୍ଥ ଏହା ଯେ ଏଥିରେ ଗ୍ରାହକଙ୍କୁ ସମୁଦାୟ ୩୬ ଜିବି ମିଳୁଛି । କଲିଂ ରୂପେ ଏହି ପ୍ଲାନରେ ଗ୍ରାହକଙ୍କୁ ଏଥିରେ ଅନଲିମିଟେଡ୍ ଲୋକାଲ/ଏସିଟିଡି/ରୋମିଂ କଲିଂ ମିଳିଯାଉଛି । ଏହା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ୧୦୦ ଏସଏମଏସ ମଧ୍ୟ ଦିଆଯାଉଛି । ବିଏସଏନଏଲର ପ୍ଲାନ୍ ସହିତ ଲୋକଧୁନ କଣ୍ଟେଣ୍ଟ ମାଗଣା ମିଳୁଛି ।

ସମ୍ବନ୍ଧିତ ଖବର