PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଜିଓ ୟୁଜର୍ସଙ୍କ ପାଇଁ ଖରାପ ଖବର, ପୁଣି ବଦଳିଲା ନିୟମ

ନୁଆଦିଲ୍ଲୀ ୨୮/୧୨: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କୁ ଝଟକା ଦେଇ ଟାରିଫ୍ ପ୍ରୋଟେକ୍ସନ ସେବା ବନ୍ଦ କରିଦେଇଛି । ଏହି ସେବା ଅନୁସାରେ ୟୁଜର୍ସ, ଟାରିଫର ମୂଲ୍ୟ ବଢିବା ପରେ ମଧ୍ୟ ପୂରୁଣା ପ୍ରିପେଡ୍ ପ୍ଲାନ୍ସ ରିଚାର୍ଜ କରାଇ ପାରୁଥିଲେ । କିନ୍ତୁ ଏବେ ଗ୍ରାହକଙ୍କୁ ନୂଆ ପ୍ରିପେଡ୍ ପ୍ୟାକ୍ସ ରିଚାର୍ଜ କରିବାକୁ ପଡିବ ।

ଜିଓର ପ୍ରୋଟେକ୍ସନ ପ୍ଲାନ୍
କମ୍ପାନୀ ଏହି ସେବାକୁ ଖାସ୍ ସେହି ଗ୍ରାହକଙ୍କ  ପାଇଁ ଆଣିଥିଲା ଯେଉଁମାନେ କୌଣସି ବି ଆକ୍ଟିଭ୍ ପ୍ଲାନ୍ ସହିତ ଜଡିତ ନଥିଲେ । କିନ୍ତୁ ଏହି ପ୍ଲାନର ଫାଇଦା ସେହି ୟୁଜର୍ସଙ୍କୁ ମିଳୁନଥିଲା ଯେଉଁମାନଙ୍କ ନମ୍ବରରେ ପୂର୍ବରୁ ହିଁ ପ୍ରିପେଡ୍ ପ୍ଲାନ୍ ଆକ୍ଟିଭ୍ ଥିଲା । ରିପୋର୍ଟ ଅନୁସାରେ କମ୍ପାନୀ ଏହି ସେବାକୁ ନନ୍-ଆକ୍ଟିଭ୍ ୟୁଡର୍ସଙ୍କ ପାଇଁ ଲଞ୍ଚ କରିଥିଲା ।

ୟୁଜର୍ସଙ୍କୁ ନୂଆ ପ୍ଲାନ୍ ରିଚାର୍ଜ କରିବାକୁ ପଡିବ
ଜିଓର ପ୍ରୋଟେକ୍ସ ସେବା ବନ୍ଦ ହେବା ପରେ ଏବେ ନନ୍-ଆକ୍ଟିଭ୍ ୟୁଜର୍ସଙ୍କୁ ନୂଆ ପ୍ରିପେଡ୍ ପ୍ଲାନ୍ସ ରିଚାର୍ଜ କରିବାକୁ ପଡିବ । ନୂଆ ରିଚାପ୍ଜ ପ୍ୟାକ୍ କଥା କହିବାତ କମ୍ପାନୀ ୯୮ ଟଙ୍କିଆ ପ୍ଲାନ୍ ବଜାରକୁ ଆଣିଛି । ଅବଶ୍ୟ ଟାରିଫ୍ ବନ୍ଦ ହେବା ପରେ ମଧ୍ୟ କମ୍ପାନୀ ନିଜ ୟୁଜର୍ସଙ୍କୁ ଅନ୍ୟ ନେଟୱର୍କରେ କଲିଂ ପାଇଁ ୬ ପଇସା ପ୍ରତି ମିନିଟ୍ ଦରରେ ପଇସା ଅସୁଲ କରୁଛି । ଅନ୍ୟପଟେ ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକଙ୍କୁ କୌଣସି ବି ନେଟୱର୍କରେ ଅନଲିମିଟେଡ୍ କଲିଂର ସୁବିଧା ଦେଉଛନ୍ତି ।

ଜିଓର ସବସ୍କ୍ରାଇବର୍ସ ସଂଖ୍ୟା ହୋଇପାରେ କମ୍
ଅନୁମାନ କରାଯାଉଛି ଆଗାମୀ ଦିନରେ ଜିଓର ସବସ୍କ୍ରାଇବରଙ୍କ ସଂଖ୍ୟା କମିପାରେ । କାରଣ ଲୋକମାନେ ଆଇୟୁସି ଚାର୍ଜ ଲାଗିବା ପରଠୁ ବହୁତ ନାରାଜ ଅଛନ୍ତି । ଏଥିରେ ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆକୁ ଫାଇଦା ମିଳିବ ।

ରିଲାଏନ୍ସ ଜିଓର ୧୪୯ ଟଙ୍କିଆ ପ୍ଲାନ୍
ରିଲାଏନ୍ସ ଜିଓର ଏହି ପ୍ଲାନ କଥା କହିବାତ ଏଥିରେ ଆପଣଙ୍କୁ ପ୍ରତିଦିନ ୧ ଜିବି ଡାଟା(ସମୁଦାୟ ୨୪ ଜିବି ଡାଟା) ଓ ୧୦୦ ଏସଏମଏସର ସୁବିଧା ମିଳିବ । ଏହା ସହିତ ଆପଣ ଜିଓ ଟୁ ଜିଓ ଅନଲିମିଟେଡ୍ କଲ୍ କରିପାରିବେ । କିନ୍ତୁ ଆପଣଙ୍କୁ ଅନ୍ୟ ନେଟୱର୍କକୁ କଲ୍ କରିବା ପାଇଁ ୩୦୦  ଏଫୟୁପି ମିନିଟ୍ ମିଳିବ । ଏହା ସହିତ ଆପଣ ଏହି ପ୍ୟାକରେ ଜିଓ ଆପ୍ସକୁ ମଧ୍ୟ ବ୍ୟବହାର କରିପାରିବେ । ଏହାର ବୈଧତା ୨୪ ଦିନ ।

ସମ୍ବନ୍ଧିତ ଖବର