ଜିଓ-ଫେସ୍‌ବୁକ୍‌ ଡିଲ୍, WhatsApp ସହ ଯୋଡି ହେବେ ଦୋକାନି

ନୂଆଦିଲ୍ଲୀ ଏପ୍ରିଲ ୨୨ – ଫେସ୍‌ବୁକ୍‌ ଓ ହ୍ୱାଟସ୍‌ଆପ୍‌ ମଧ୍ୟରେ ଡିଲ୍‌ହୋଇଛି। ଏବେ ଫେସ୍‌ବୁକ୍‌ ରିଲାଏନ୍ସ ଜିଓର ୯.୯୯ ପ୍ରତିଶତ ସେୟାର କିଣିବ । ଏହା ପ୍ରାୟ ୪୩,୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ । ଫେସ୍‌ବୁକ୍‌ ଓ ଜିଓ ମିଶିକରି ଦେଶର ଛୋଟ ଦୋକାନୀମାନଙ୍କୁ ହ୍ୱାଟସ୍‌ଆପ୍‌ ସହ ଯୋଡି ହେବେ । ଏହା ଦ୍ୱାରା ଗ୍ରାହକମାନେ ଦୋକାନିଙ୍କ ଠାରୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଜିନିଷ କିଣିପାରିବେ । ଆମଜନ୍‌ ଓ ଫ୍ଲିପ୍‌କାର୍ଟ ଠାରୁ ମଧ୍ୟ ବଡ ବ୍ୟବସାୟିକ ପ୍ଲାଟଫର୍ମ ତିଆରି ହୋଇ ପାରିବ ବୋଲି ଆଶା କରାଯାଉଛି । WhatsApp – jiO ଇ-କମର୍ସ ପ୍ଲାଟଫର୍ମ ,Amazon-Flipkart କୁ କଡା ଟକ୍କର ଦେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଫେସ୍‌ବୁକ୍‌ ରିଲାଏନ୍ସ ଜିଓରେ ୯.୯୯ ପ୍ରତିଶତ ଅଂଶଧନ କିଣିବ । ହ୍ୱାଟସ୍‌ଆପ୍‌ ବି ଫେସ୍‌ବୁକ୍‌ର ଅଧିନରେ ରହିଛି । ରିଲାଏନ୍ସ ଜିଓ ମଧ୍ୟ ଏକ ଇ କମର୍ସ ପ୍ଲାଟଫର୍ମ ତିଆରି କରୁଛି । ଏଥିପାଇଁ ଜିଓ ମାର୍ଟ ତିଆରି କରିଛି । ଫେସ୍‌ବୁକ୍‌ ସହ ଡିଲ୍‌ ଯୋଗୁଁ ତାକୁ ହ୍ୱାଟସ୍‌ଆପ୍‌ ଓ ମେସେଞ୍ଜର ସହ ଏକାଠି କାମ କରିବା ସହଜ ହୋଇଯିବ ।

ଭାରତୀୟ ଉପଭୋକ୍ତାଙ୍କ ଚାହିଦା ଅନୁସାରେ ବିଭିନ୍ନ ଜିନିଷ ଉପଲବ୍ଧ କରିବା ପାଇଁ ଲକ୍ଷ ଲକ୍ଷ ଛୋଟ ଦୋକାନୀ ମଧ୍ୟ ଏହି ପ୍ଲାଟଫର୍ମ ସାହାଯ୍ୟରେ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚି ପାରିବେ । ଜିଓ ମାର୍ଟକୁ ଦେଶର ନୂଆ ଦୋକାନ ନାଁରେ ବିଜ୍ଞାପନ ଆସିଥିଲା । ଜିଓ ମାର୍ଟ ସାହାଯ୍ୟରେ ବ୍ୟବହାରକାରୀମାନଙ୍କୁ ୫୦ ହଜାରରୁ ଅଧିକ ଗ୍ରୋସରୀ ଉତ୍ପାଦ ଓ ହୋମ ଡେଲିଭରୀର ସୁବିଧା ମିଳିବ ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ