ଜିଓର ସବୁଠୁ ଶସ୍ତା ଅଫର : ୧୯୯ଟଙ୍କାରେ ମନ ମୁତାବକ ଡାଟା ସୁବିଧା, ଫ୍ରିକଲିଂ

ନୂଆଦିଲ୍ଲୀ ୦୩ / ୦୩ : ଟେଲିକମ୍‌ ସେକ୍ଟରରେ ଜିଓ ନିଜର ଦବଦବା ଜାରି ରଖିଛି। ଆଉ ଗ୍ରାହକଙ୍କ ପାଇଁ  ନୂଆ ନୂଆ ରିଚାର୍ଜ ପ୍ଲାନ୍‌ ଆଣୁଛି । କମ୍ପାନୀର  ପ୍ଲାନ୍‌ରେ ଛୋଟ ରୁ ନେଇ ବଡ଼ ରିଚାର୍ଜ ପ୍ଲାନ୍‌ ରହିଛି । ଯାହାର ବ୍ୟବହାର ଗ୍ରାହକ ନିଜର ଆବଶ୍ୟକ ଅନୁସାରେ କରିପାରିବେ ।

କମ୍ପାନୀର ୨୦୦ ଟଙ୍କାରୁ କମ୍‌ ପ୍ଲାନ୍‌ରେ ଗ୍ରାହକଙ୍କୁ ଅନେକ ସୁବିଧା ଦିଆଯାଇଛି । ଆସନ୍ତୁ ତେବେ ଏହି ୧୯୯ଟଙ୍କିଆ ପ୍ଲାନ୍‌ ବିଷୟରେ ଜାଣିବା –

ଜିଓର ୧୯୯ ଟଙ୍କିଆ ପ୍ଲାନ୍‌ରେ ୨୮ ଦିନର ସମୟ ଅବଧି ସହ ଗ୍ରାହକଙ୍କ ପ୍ରିତିଦିନ ୧.୫ ଜିବି  ଡାଟା  ମିଳିଥାଏ  ଏବଂ ୨୮ ଦିନ ହିସାବରେ  ସମୁଦାୟ  ୪୨ ଜିବି ଡାଟାର ଲାଭ ଉଠାଇ ପାରିବା ।  ଏହା ବ୍ୟତୀତ ୧୯୯ ଟଙ୍କିଆର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୧୦୦ ଏସଏମଏସର ସୁବିଧା ମଧ୍ୟ ଦିଆଯାଉଛି ।

କଲ୍‌ ପାଇଁ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଜିଓ ଟୁ ଜିଓ  ଫ୍ରି ଅନଲିମିଟେଡ୍‌ କଲିଂ ସୁବିଧା ମିଳିବ ।  ଅନ୍ୟ ନେଟୱର୍କ ପାଇଁ  ୧୦୦୦ ମିନିଟ୍‌ ଦିଆଯିବ । ଏହା ବ୍ୟତୀତ ଏହି ପ୍ଲାନରେ ମଧ୍ୟ  ଜିଓ ଆପ୍ସ ର ମୁକ୍ତ  ସବକ୍ରିପଶନ ମିଳିଥାଏ ।

ଆପ୍‌ରେ ଜିଓ ସାଭନ , ଜିଓ ସିନେମା ଭଳି  ଆପ୍‌ସ ରହିଛି । ଯେଉଁଥିରେ ହଜାର ହଜାର ଫିଲ୍ମ ଓ ଗୀତର ଆନନ୍ଦ ନେଇପାରିବେ ।     

   ସମ୍ବନ୍ଧିତ ଖବର


ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ