ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ଜିଓ ପକ୍ଷରୁ ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’ର ଶୁଭାରମ୍ଭ, ୮୮୮ ଟଙ୍କାରେ ୧୫ ପ୍ରମୁଖ ଓଟିଟି ଆପ୍‌

ଭୁବନେଶ୍ୱର: ରିଲାଏନ୍ସ ଜିଓ ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ ଓଟିଟି ବଣ୍ଡଲ ପ୍ଲାନ ଆଣିଛି  । ଏହି ପ୍ଲାନ୍‌ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ୍‌ ଓଟିଟି ଆପ୍‌ ସହ ଅସୀମିତ ଡାଟା ମିଳୁଛି ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍‌ରେ ଏହି ପ୍ରୋଗ୍ରାମ୍‌ ଦେଖିପାରିବେ। ମାସିକ ୮୮୮ ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ  ।

ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଏମବିପିଏସ ସ୍ପିଡ ମିଳିବ  । ଏହାବ୍ୟତୀତ ନେଟଫ୍ଲିକ୍ସର ବେସିକ୍‌ ପ୍ଲାନ୍‌ଆମାଜନ୍‌ ପ୍ରାଇମ୍‌ ଏବଂ ଜିଓସିନେମା ପ୍ରିମିୟମ୍‌ ଭଳି ୧୫ରୁ ଅଧିକ ପ୍ରମୁଖ ଓଟିଟି ଆପ୍‌କୁ ଏହି ପ୍ଲାନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି  । ଅର୍ଥାତ୍‌ ଏହି ଲୋକପ୍ରିୟ ଆପ୍‌ଗୁଡ଼ିକର ସବସ୍କ୍ରିପସନ ଏହି ପ୍ଲାନରେ ଉପଲବ୍ଧ ହେବ  । ଏହି ପ୍ଲାନର ଆଉ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛିନୂଆ ଗ୍ରାହକ ହୁଅନ୍ତୁ କିମ୍ବା ବର୍ତ୍ତମାନ ୧୦ ଏମବିପିଏସ କିମ୍ବା ୩୦ ଏମବିପିଏସ ପ୍ଲାନ ବ୍ୟବହାର କରୁଥିବା ଉପଭୋକ୍ତା୮୮୮ ଟଙ୍କାର ପୋଷ୍ଟପେଡ ପ୍ଲାନ ସମସ୍ତଙ୍କ ପାଇଁ ଉପଲବ୍ଧ  । ବର୍ତ୍ତମାନ ପ୍ରିପେଡ୍‌ ପ୍ଲାନ୍‌ ରହିଥିବା ସମସ୍ତ ଉପଭୋକ୍ତା ସହଜରେ ଏହି ନୂଆ ପୋଷ୍ଟପେଡ୍‌ ପ୍ଲାନ୍‌କୁ ଅପଗ୍ରେଡ୍‌ କରିପାରିବେ  ।

ଏହାବ୍ୟତୀତ ନିକଟରେ ଘୋଷଣା ହୋଇଥିବା ଜିଓ ଆଇପିଏଲ ଧନ ଧନା ଧନ ଅଫର ମଧ୍ୟ ଏହି ପ୍ଲାନରେ ଲାଗୁ ହେବ  । ଜିଓ ଫାଇବର କିମ୍ବା ଏୟାରଫାଇବର ପାଇଁ ଯୋଗ୍ୟ ଗ୍ରାହକମାନେ ସେମାନଙ୍କ ଜିଓ ହୋମ୍‌ ବ୍ରଡବ୍ୟାଣ୍ଡ କନେକ୍ସନରେ ୫୦ ଦିନର ରିହାତି କ୍ରେଡିଟ୍‌ ଭାଉଚର ପାଇପାରିବେ । ୨୦୨୪ ମେ ୩୧ ପର୍ଯ୍ୟନ୍ତ ଉପଲବ୍ଧ ଜିଓ ଧନ ଧନା ଧନ ଅଫରକୁ ଟି-୨୦ ସିଜନ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.