ଜିଓ ଆରମ୍ଭ କଲା ନୂଆ ଟାରିଫ୍ ପ୍ଲାନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ମୁମ୍ବାଇ ୪/୧୨: ରିଲାଏନ୍ସ ଜିଓ ନିଜ ନୂଆ ଟାରିଫ୍ ପ୍ଲାନ୍ ନେଇ ଆସିଛି । ଜିଓର ସବୁ ନୂଆ ଟାରିଫ୍ ପ୍ଲାନ୍ ୬ ଡିସେମ୍ବରରୁ ଲାଗୁ ହେବ । ନିଜ ନୂଆ ପ୍ଲାନକୁ ନେଇ କମ୍ପାନୀ କହିଛି ଯେ ଜିଓର ପ୍ଲାନ୍ ଟାରିଫ୍ ହାଇକ୍ ହେବା ପରେ ମଧ୍ୟ ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆର ଟାରିଫ୍ ପ୍ଲାନଠୁ ୧୫-୨୫ ପ୍ରତିଶତ ଶସ୍ତା ହେବ । ଏହି ସମସ୍ତ ପ୍ଲାନ୍ ସହିତ ଜିଓ ଟିଭିରେ ୬୦୦ରୁ ଅଧିକ ଚ୍ୟାନେଲ୍ ଦେଖିବାକୁ ମିଳିବ । ଏହା ସହ ନୂଆ ପ୍ଲାନରେ ଜିଓ ନିଜ ୟୁଜରଙ୍କୁ ୩୦୦ ପ୍ରତିଶତରୁ ବି ଅଧିକ ବେନିଫିଟସ୍ ଦେଉଛି ।

ଅଲ-ଇନ-ୱାନ ପ୍ଲାନ
ନୂଆ ପ୍ଲାନରେ ୧୯୯ ଟଙ୍କାର ବୈଧତା ୨୮ ଦିନ ଥିବାବେଳେ ୩୯୯ ଟଙ୍କାରେ ୨ ମାସ, ୫୫୫ଟଙ୍କାରେ ୩ ମାସ ଓ ୨୧୯୯ ଟଙ୍କାରେ ୧ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । ଏହି ସବୁ ପ୍ଲାନ ଏଫୟୁପି ଲିମିଟ ସହିତ ଆସିବ । ଫଳରେ ଜିଓରୁ ଜିଓକୁ ଫ୍ରି କଲିଂ ଫ୍ୟାସିଲିଟି ମିଳୁଥିବାବେଳେ ନନ ଜିଓ ନେଟୱାର୍କକୁ ପ୍ଲାନ ଅନୁସାରେ ଯଥାକ୍ରମେ ୧ହଜାର, ୨ ହଜାର,୩ ହଜାର ଓ ୧୨ ହଜାର ମିନିଟ୍ ଫ୍ରି କଲିଂ ସୁବିଧା ମିଳିବ । ଏହି ସବୁ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ।

ଜିଓର ଏହି ନୂଆ ପ୍ଲାନ ଭାରତୀୟ ଟେଲିକମ ବଜାରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ଫ୍ରି କଲିଂ ପ୍ଲାନଗୁଡିକ ସାରା ଦେଶରେ ଜିଓ ୟୁଜରଙ୍କୁ ଅନ୍ୟ ନେଟୱାର୍କ ସହ ସଂଯୁକ୍ତ କରି ରଖିବ। ଫଳରେ ଜିଓ ବିଶ୍ବରେ ସବୁଠୁ ଶସ୍ତାରେ  ସର୍ବୋତ୍ତମ ଗୁଣମାନର ସେବା ଯୋଗାଇ ଦେବାରେ ପ୍ରଥମ କମ୍ପାନୀ ପାଲଟିବ ବୋଲି କୁହାଯାଉଛି।     

   ସମ୍ବନ୍ଧିତ ଖବର


ପିଆଜ ପରେ ସାଧାରଣ ଖାଉଟିଙ୍କୁ ଆଉ ଏକ ଝଟକା, ଅମୁଲ ଓ ମଦର ଡାଏରୀ ବଢାଇଲେ କ୍ଷୀର ଦାମ୍

ଅଡିଟ୍ ଫାର୍ମଙ୍କୁ NFRAର ନିର୍ଦେଶ, ସବୁ କ୍ଲାଏଣ୍ଟ ଏବଂ ଫି’ର ହିସାବ ଦିଅ

୨୦୨୦ ଜୁନ୍‌ରେ ହେବ ଟେଲିକମ୍‌ ସ୍ପେକ୍ଟ୍ରମ୍‌ ନିଲାମ,ଏଜେନ୍ସିଗୁଡ଼ିକଠୁ ବିଡ୍‌ ଆହ୍ୱାନ କଲା ଡଟ୍‌

ଫୋର୍ବସ ପ୍ରଭାବଶାଳୀ ମହିଳା ତାଲିକାରେ ସୀତାରମଣ