ପ୍ରମୁଖ ଖବର
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଝଟ୍‌କା ଦେଲା ଜିଓ: ଏଣିକି କଲ୍ କରିବା ପାଇଁ କରିବାକୁ ପଡିବ ରିଚାର୍ଜ, ଜିଓରୁ ଅନ୍ୟ ନେଟୱର୍କକୁ ଫୋନ୍ କଲେ କଟିବ ପଇସା

ନୁଆଦିଲ୍ଲୀ ୯/୧୦: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ବଡ ଝଟକା ଦେଇ କଲିଂ ପାଇଁ ପଇସା ନେବାର ଘୋଷଣା କରିଦେଇଛି । ଜିଓର ଗ୍ରାହକଙ୍କୁ ଏବେ ଫୋନରେ କଥା ହେଲେ ପଇସା ଦେବାକୁ ପଡିବ । ଜିଓର ଏକ ବୟାନ ଅନୁସାରେ ଜିଓ ଗ୍ରାହକଙ୍କୁ କୌଣସି ଅନ୍ୟ କମ୍ପାନୀର ନେଟୱର୍କକୁ କଲ୍ କଲେ ପ୍ରତି ମିନିଟରେ ୬ ପଇସା ଦେବାକୁ ପଡିବ । ଅବଶ୍ୟ ଜିଓରୁ ଜିଓ ନେଟୱର୍କରେ କଲିଂ ପୂର୍ବ ଭଳି ମାଗଣା ରହିବ । ଅର୍ଥାତ୍ ଯଦି ଆପଣ ଜିଓ କଷ୍ଟମର ତେବେ ଆପଣ ଅନ୍ୟ କେଉଁ ଜିଓ କଷ୍ଟମରଙ୍କୁ ମାଗଣାରେ କଲ୍ କରିପାରିବେ କିନ୍ତୁ ଆପଣ ଅନ୍ୟ କୌଣସି ୟୁଜର୍ସ(ଏୟାରଟେଲ୍, ଆଇଡିଆ-ଭୋଡାଫୋନ୍, ବିଏସଏନଏଲ୍ ଆଦି..)ଙ୍କୁ କଲ୍ କଲେ ଆପଣଙ୍କୁ ଏଣିିକି ପଇସା ଦେବାକୁ ପଡିବ ।

୬ ପଇସା ପ୍ରତି ମିନିଟ IUC ଶୁଳ୍କ
କହିରଖୁଛୁ ଏହି ସମ୍ପୂର୍ଣ୍ଣ ମାମଲା ଇଣ୍ଟରକନେକ୍ଟ ୟୁଜେଜ୍ ଚାର୍ଜ ସହିତ ଯୋଡି ହୋଇଛି । IUC ଏକ ମୋବାଇଲ୍ ଟେଲିକମ୍ ଅପରେଟର ଦ୍ୱାରା ଅନ୍ୟକୁ ପୈଠ ହେଉଥିବା ଏକ ରାଶି । ଯେତେବେଳେ ଏକ ଟେଲିକମ୍ ଅପରେଟରର ଗ୍ରାହକ ଅନ୍ୟ ଅପରେଟର ଗ୍ରାହକଙ୍କୁ ଆଉଟଗୋଇଁ ମୋବାଇଲ୍ କଲ କରନ୍ତି ସେତେବେଳେ କଲ୍ କରିଥିବା ଅପରେଟରକୁ  IUCର ପୈଠ କରିବାକୁ ପଡିଥାଏ । ୨ ଅଲଗା ଅଲଗା ନେଟୱର୍କ ମଧ୍ୟରେ ଏହି କଲ୍ ମୋବାଇଲ୍ ଅଫ୍- ନେଟ୍ କଲ୍ ରୂପେ ଜଣାଯାଏ । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (TRAI) ଦ୍ୱାରା IUC ଶୁଳ୍କ ନିର୍ଦ୍ଧାରିତ କରାଯାଇଥାଏ ଏବଂ ବର୍ତ୍ତମାନ ଏହା ୬ ପଇସା ପ୍ରତି ମିନିଟ୍ ଅଛି ।

wp:html /wp:html

ଜିଓ ନେଟୱର୍କକୁ ପ୍ରତି ଦିନ ଆସୁଛି ୪୦ କୋଟି ମିସ୍ଡ କଲ୍
ଜିଓ ନେଟୱର୍କରେ ମାଗଣା ଭଏସ୍ କଲିଂ  ଓ ୨ଜି ନେଟୱର୍କ ଉପରେ ଅତ୍ୟଧିକ ଟାରିଫ୍ ହେବା ଯୋଗୁଁ Airtel  ଓ Vodafone-Ideaର ୩୫-୪୦ କୋଟି ୨ଜି ଗ୍ରାହକ, ଜିଓ ଗ୍ରାହକଙ୍କୁ ମିସ୍ଡ କଲ୍ ଦିଅନ୍ତି ।  ଜିଓ ନେଟୱର୍କକୁ ପ୍ରତି ଦିନ ୨୫ରୁ ୩୦ କୋଟି ମିସ୍ଡ କଲ୍ ଆସିଥାଏ । ଅନ୍ଯ ନେଟୱର୍କରୁ ଜିଓକୁ ପ୍ରତିଦିନ ହେଉଥିବା ୨୫ରୁ ୩୦ କୋଟି କଲିଂ(ମିସ୍ଡ କଲ୍)ରୁ ଜିଓକୁ ୬୫ ରୁ ୭୫ କୋଟି ମିନିଟ୍ ଇନକମିଂ ଟ୍ରାଫିକ୍ ମିଳିବା ଆବଶ୍ୟକ ଥିଲା । ଅର୍ଥାତ୍ ଶୁଦ୍ଧ ଭାଷାରେ କହିବାକୁ ଗଲେ ଅନ୍ଯ ୟୁଜର୍ସ ଜିଓ ୟୁଜରଙ୍କୁ ମିସକଲ୍ ମାରୁଛନ୍ତି ଏବଂ ଜିଓ ୟୁଜର୍ସ ସେମାନଙ୍କୁ କଲ୍ ବ୍ୟାକ୍ କରୁଛନ୍ତି । କାରଣ କଲିଂ ପାଇଁ ଜିଓ କିଛି ପଇସା ନେଉନଥିଲା ଏବଂ ଏଥିରେ ଅନଲିମିଟେଡ୍ କଲିଂ ହୋଇପାରୁଥିଲା । କିନ୍ତୁ ଏବେ ଏହି ସୁବିଧାରୁ ବଞ୍ଚିତ ହେବେ ୟୁଜର୍ସ ।

ଜାରି ହେଲା ୧୦ ଟଙ୍କାରୁ ନେଇ ୧୦୦ ଟଙ୍କା ପର୍ଯ୍ଯନ୍ତ ପ୍ଲାନ୍
ଅନ୍ୟ କମ୍ପାନୀର ନେଟୱର୍କକୁ କଲିଂ ପାଇଁ ଜିଓ ୧୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ଯନ୍ତ ଟପ୍ ଅପ୍ ଭାଉଚର ମଧ୍ୟ ଜାରି କରିବ । ୧୦ ଟଙ୍କିଆ ପ୍ଲାନରେ ଅନ୍ଯ ନମ୍ବରକୁ ୧୨୪ ମିନିଟ୍ କଲିଂ ହୋଇପାରିବ । ୨୦ ଟଙ୍କିଆ ପ୍ଲାନରେ ୨୪୯ ମିନିଟ୍, ୫୦ ଟଙ୍କିଆ ପ୍ଲାନରେ ୬୫୬ ମିନିଟ୍ ଓ ୧୦୦ ଟଙ୍କିଆ ପ୍ଲାନରେ ୧୩୬୨ ମିନିଟ୍ କଲିଂ ହୋଇପାରିବ ।

ଟପ୍ ଭାଉଚର୍ ବଦଳରେ ଗ୍ରାହକଙ୍କୁ ମିଳିବ ଫ୍ରି ଡାଟା
ଜିଓ ନିଜ ଗ୍ରାହକଙ୍କୁ ଏହି ଟପ୍ ଭାଉଚର ବଦଳରେ ଫ୍ରି ଡାଟା ଦେଉଛି । ୧୦ ଟଙ୍କିଆ ପ୍ଲାନ ସହିତ ୧ ଜିବି ଡାଟା, ୨୦ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା, ୫୦ରେ ୫ ଜିବି ଓ ୧୦୦ ଟଙ୍କାର ପ୍ଲାନରେ ୧୦ ଜିବି ଡାଟା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.