PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଏୟାର୍‌ଟେଲ୍-ଭିଆଇ ପରେ ଏବେ ଗ୍ରାହକଙ୍କୁ ଶକ୍ତ ଆଘାତ ଦେଲା ଜିଓ; ମହଙ୍ଗା ହେଲା ରିଚାର୍ଜ ପ୍ଲାନ୍‌, ବର୍ଦ୍ଧିତ ଦର ଜାଣିଲେ ଗ୍ରାହଙ୍କ ଚିନ୍ତା ବଢ଼ିଯିବ

pic-livehindustan.com

ନୂଆଦିଲ୍ଲୀ: ଏୟାର୍‌ଟେଲ୍ ଓ ଆଇଡିଆ-ଭୋଡାଫୋନ୍‌ ପରେ ଏବେ ଗ୍ରାହକଙ୍କୁ ଶକ୍ତ ଝଟ୍‌କା ଦେଲା ଜିଓ। କମ୍ପାନୀ ରିଚାର୍ଜ ପ୍ଲାନ୍‌ରେ ପାଖାପାଖି ୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛି। ଏଥିରେ ଗ୍ରାହକ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତରେ ଡାଟା ଶସ୍ତା କହି କହି କେନ୍ଦ୍ର ସରକାର ଓ କମ୍ପାନୀମାନେ ଗ୍ରାହଙ୍କ ପିଠିରେ ବୋଝ ପରେ ବୋଝ ଲଦି ଦେଉଛନ୍ତି। ଆଉ ଜନତାକୁ ବାଧ୍ୟ ହୋଇ ତାହା ସହିବାକୁ ପଡ଼ୁଛି।

ଜିଓ ରବିବାର କିଛି ନିର୍ଦ୍ଦିଷ୍ଟ ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିଛି। ସୁବଠାରୁ ଅଧିକ ଗ୍ରହଣ କରାଯାଉଥିବା ରିଚାର୍ଜ ପ୍ଲାନ୍‌ରେ ୪୮୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢ଼ାଇଛି ଜିଓ। ନୂଆ ଦର ଡିସେମ୍ବର ୧ ତାରିଖ ଠାରୁ ଲାଗୁ ହେବାକୁ ଥିବା ବେଳେ ବର୍ଦ୍ଧିତ ଦର ଶୁଣି ଗ୍ରାହକଙ୍କ ହୋସ୍‌ ଉଡ଼ିଯାଇଛି।  

ଏବେ ଜାଣନ୍ତୁ କେଉଁ ପ୍ଲାନ୍‌ ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ?

୭୫ ଟଙ୍କିଆ ପ୍ଲାନ୍‌ରେ ୧୬ ଟଙ୍କା ବଢ଼ାଇ ୯୧ ଟଙ୍କା କରାଯାଇଛି। ଜିଓଫୋନ୍‌ର ୭୫ ଟଙ୍କା ପ୍ଲାନ୍‌ ପାଇଁ ଡିସେମ୍ବର ୧ ତାରିଖରୁ ଗ୍ରାହକଙ୍କୁ ଅଧିକ ୧୬ ଟଙ୍କା ଖର୍ଚ୍ଚ କରି ୯୧ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଏହି ପ୍ଲାନ୍‌ର ବୌଧତା ୨୮ ଦିନ ପାଇଁ ରହିଛି। ଏଥିରେ ଗ୍ରାହଙ୍କୁ ମୋଟ ୩ଜିବି ଡାଟା ସହିତ ଅନ୍‌ଲିମିଟେଡ୍ ଭଏସ୍ କଲ ସହିତ ୫୦ ଏସ୍‌ଏମ୍‌ଏସ୍‌ ସୁବିଧା ଦିଆଯିବ।

୧୨୯ ଟଙ୍କାର ପେକ୍‌ରେ ୨୬ ବୃଦ୍ଧି କରି ୧୫୫ କରାଯାଇଛିଛ- ୨୮ ଦିନ ପର୍ଯ୍ୟନ୍ତ ଏହାର ବୈଧତା ରହୁଥିବା ବେଳେ ଏଥିରେ ମୋଟ ୨ଜିବି ଡାଟା ସହିତ ମାସଯାକ ଅନ୍‌ଲିମିଟେଡ୍‌ କଲ୍ ଓ ୩୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମିଳିବ।

୧୪୯ ଟଙ୍କିଆ ପ୍ଲାନ୍‌ରେ ୩୦ ଟଙ୍କା ବୃଦ୍ଧି ହୋଇ ୧୭୯ ହେଲା:-୨୪ ଦିନର ବୈଧତା ସହ ଏହି ପ୍ଲାନ୍‌ରେ ଦିନକୁ ୧ଜିବି ଡାଟା, ଅନ୍‌ଲିମିଟେଡ୍ ଭଏସ୍ କଲ୍ ସହିତ ୧୦୦ ଏସ୍‌ଏମ୍ଏସ୍‌ ଦିଆଯିବ।

୧୯୯ ଟଙ୍କିଆ ପ୍ଲାନ୍‌ ଏବେ ୨୩୯ ଟଙ୍କା ହେଲା:- ଏହି ପ୍ଲାନ୍‌ରେ ୪୦ ଟଙ୍କା ବୃଦ୍ଧି କରାଯାଇଛି।  ପୂର୍ବରୁ ଗ୍ରାହକଙ୍କୁ ୧୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ୁଥିବା ବେଳେ ଏବେ ୨୩୯ ରିଚାର୍ଜ କରିବାକୁ ପଡ଼ିବ। ଏଥିରେ ୨୮ ଦିନର ବୈଧତା ସହ ଦୈନିକ ୧.୫ ଜିବି ଡାଟା, ଅନ୍‌ଲିମିଟେଡ୍ ଭଏସ୍ କଲ ଓ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ଦିଆଯିବ।

୨୪୯ ପେକ୍‌ ପାଇଁ ଏବେ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ:- ଏଥିରେ ୫୦ ଟଙ୍କା ବୃଦ୍ଧି କରାଯାଇଥିବା ଏଥିରେ ଦୈନିକ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍ ଭଏସ୍ କଲ ଓ ଦୈନିକ ୧୦୦ ଏସ୍ଏମ୍‌ଏସ୍ ସୁବିଧା ମିଳିବ। ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ।

୩୯୯ ପେକ୍‌ରେ ୮୦ ଟଙ୍କା ବୃଦ୍ଧି– ୩୯୯ ପେକ୍ ପାଇଁ ଡିସେମ୍ବର ୧ ତାରିଖରୁ ଗ୍ରାହକଙ୍କୁ ୪୭୯ ଦେବାକୁ ହେବ। ଏହି ପେକ୍‌ରେ ୮୦ ଟଙ୍କା ବୃଦ୍ଧି କରାଯାଇଛି। ୫୬ ଦିନର ବୈଧତା ବିଶିଷ୍ଟ ଏହି ପ୍ୟାକେଜ୍‌ରେ ଦୈନିକ ୧.୫ ଜିବି ଡାଟା ସହିତ ଅନ୍‌ଲିମିଟେଡ୍ ଭଏସ୍ କଲ ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମିଳିବ।  

୪୪୪ର ପେକ୍‌ ୫୩୩ ଟଙ୍କା ହେଲା– ଏହି ପେକ୍‌ରେ ୮୯ ଟଙ୍କା ବୃଦ୍ଧି କରାଯାଇଛି। ୫୬ ଦିନର ବୈଧତାଯୁକ୍ତ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଦୈନିକ ୨ଜିବି ଡାଟା, ଅନ୍‌ଲିମିଟିଡେ ଭଏସ୍ କଲ ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ଦିଆଯିବ।

୩୨୯ ପ୍ଲାନ୍ ଏବେ ୩୯୫ ହେଲା- ଏହି ପ୍ଲାନ୍‌ରେ ୬୬ ଟଙ୍କା ବୃଦ୍ଧି କରାଯାଇଛି। ୮୪ ଦିନର ବୈଧତାଯୁକ୍ତ ଏହି ପ୍ଲାନ୍‌ରେ ମୋଟ ୬ଜିବି ଡାଟା ଅନଲିମିଟେଡ୍ ଭଏସ କଲ ଓ ମୋଟ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମିଳିବ। ସେହିପରି ୫୫୫ ପ୍ୟାକ୍‌ ବଢ଼ି ୬୬୬ ହୋଇଥିବା ବେଳେ ୫୯୯ ପେକ୍‌ ବଢ଼ି ୭୧୯ ଟଙ୍କା ୧୨୯୯ ପେକ୍‌ ବଢ଼ି ୧୫୫୯ ଟଙ୍କା ହୋଇଛି।

Data Add-ons ପ୍ଲାନ୍‌ ବି ମହଙ୍ଗା କରିଛି କମ୍ପାନୀ– ୫୧ ଟଙ୍କାର ପ୍ଲାନ୍ ବଢ଼ି ୬୧ ଟଙ୍କା ହୋଇଥିବା ବଳେ ୧୦୧ ପ୍ଲାନ୍ ବଢ଼ି ୧୨୧ ଟଙ୍କା, ୨୫୧ ପ୍ଲାନ୍ ବଢ଼ି ୩୦୧ ଟଙ୍କା ହୋଇଛି ବୋଲି କମ୍ପାନୀ ଘୋଷଣା କରିଛି।