ବିନା କେବଲ ଟିଭି କନେକ୍ସନରେ ଦେଖିପାରିବେ ୧୫୦ ଚ୍ୟାନେଲ୍ସ, ମାର୍କେଟକୁ ଆସିଲା ନୂଆ ଅଫର

ନୁଆଦିଲ୍ଲୀ ୮୦/୧୧: ଭାରତୀୟ ବଜାରରେ କେବଳ ମୋବାଇଲ୍ ରିଚାର୍ଜ ପ୍ଲାନ ନୁହେଁ ବରଂ ଟିଭି ଚ୍ୟାନେଲ୍ ପ୍ୟାକକୁ ନେଇ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରାୟ ସବୁ ଡିଟିଏଚ୍ କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଂ କମ୍ ମୂଲ୍ୟର ଟିଭି ଚ୍ୟାନେଲ ପ୍ୟାକ୍ ବାହାର କରୁଛନ୍ତି । ଏହା ମଧ୍ୟରେ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜ ଖାସ୍ ଆଇପିଟିଭି(IPTV) ଅଫର ଆଣିଛି ଯେଉଁଥିରେ ଟିଭି ୟୁଜର୍ସ ବିନା ଟିଭି କନେକ୍ସନରେ ୧୫୦ ଚ୍ୟାନେଲ୍ ଦେଖି ପାରିବେ । ଆପଣଙ୍କୁ କହିରଖୁଛୁ ଜିଓ ନିକଟରେ ଗ୍ରାହକଙ୍କୁ ୪କେ ସେଟଅପ ବକ୍ସ ଦେବା ଆରମ୍ଭ କରିଦେଇଛି ।

ୟୁଜର୍ସ ଦେଖିପାରିବେ ୧୫୦ ଟିଭି ଚ୍ୟାନେଲ
ରିପୋର୍ଟ ଅନୁସାରେ କମ୍ପାନୀ ଲାଟେଷ୍ଟ ଅଫର ସେହି ୟୁଜର୍ସମାନଙ୍କୁ ଦେଇଛି ଯେଉଁମାନେ ପ୍ରିଭ୍ୟୁ ପ୍ଲାନରୁ ମାଇଗ୍ରେଟ୍ ହୋଇ ପେଡ୍ ପ୍ଲାନ ଚୟନ କରିଛନ୍ତି । ଏହି ଅଫର ଜରିଆରେ ୟୁଜର୍ସ ବିନା କନେକ୍ସନରେ ୧୫୦ ଟିଭି ଚ୍ୟାନେଲ ଦେଖିପାରିବେ । ଜିଓର ଉପଭୋକ୍ତାଙ୍କୁ ଏହା ପରେ କୌଣସି ବି ଲୋକାଲ୍ କେବଲ ପ୍ରଦାନକାରୀଙ୍କଠୁ କନେକ୍ସନ ନେବାକୁ ପଡିବନି ।

ଜିଓ ଟିଭି ଆପ୍ ହେଲା ଗାଏବ
କମ୍ପାନୀ ଜିଓ ଫାଇଭରର ଲଞ୍ଚ ସମୟରେ କହିଥିଲା ଯେ ୟୁଜର୍ସଙ୍କୁ ସେଟ୍ ଅପ୍ ବକ୍ସ ସହିତ ଜିଓ ଟିଭି ଆପ୍ ମଧ୍ୟ ଦିଆଯିବ । ଅନ୍ଯପଟେ ଉପୋଭୋକ୍ତାଙ୍କ କହିବାନୁସାରେ ସେମାନଙ୍କ ସେଟ୍-ଅପ୍ ବକ୍ସରେ ଜିଓ ଟିଭି ଆପର ବିକଳ୍ପ ନଜର ଆସୁନି । ଆଶା କରାଯାଉଥିଲା କି ୟୁଜର୍ସ ଜିଓର ସେଟ୍ ଅପ ବକ୍ସ ଜରିଆରେ ୬୫୦ ଟିଭି ଚ୍ୟାନେଲ୍ ଦେଖିପାରିବେ । କିନ୍ତୁ କମ୍ପାନୀ ପୂର୍ବରୁ ସଫା କରି କହିଥିଲା ଯେ ଉପଭୋକ୍ତାଙ୍କୁ ଫାଇଭର କନେକ୍ସନ ସହିତ ଚ୍ୟାନେଲ  ପାଇଁ କେବଲ କନେକ୍ସନ କ୍ରୟ କରିବାକୁ ପଡିବ ।

ଜିଓ ଟିଭି ପ୍ଲସ ଫିଚର ହେବ ଲଞ୍ଚ
ରିଲାଏନ୍ସ ଜିଓ ନିଜ ଉପଭୋକ୍ତାଙ୍କୁ ସେଟ୍ ଟପ୍ ବକ୍ସ ସହିତ ଜିଓ ଟିଭି ପ୍ଲସ୍ ଫିଚର ଦେବ । ଏହି ପ୍ଲାଟଫର୍ମ ଜରିଆରେ ୟୁଜର୍ସ ସବୁ କଣ୍ଟେଣ୍ଟ୍ ଦେଖିପାରିବେ । ସୂଚନା ଅନୁସାରେ ଟିଭି ଆପରେ ଲାଇଭ୍ ଟିଭିର ଅପ୍ସନ ଦିଆଯିବ । ଅନ୍ଯପଟେ ୟୁଜର୍ସଙ୍କୁ ୮୪୯ ଟଙ୍କାରୁ ଅଧିକ ମୂଲ୍ୟର ପ୍ଲାନରେ ଓଟିଟି ଆପ୍ସର ସବସ୍କ୍ରିପ୍ସନ ମଧ୍ୟ ମିଳିବ । ବର୍ତ୍ତମାନ କମ୍ପାନୀ ଏହି ଆପ୍ସକୁ ନେଇ ଅଧିକ ସୂଚନା ସେୟାର କରିନି ।

ଯେଉଁ ୟୁଜର୍ସ କମ୍ ଟିଭି ଚ୍ୟାନେଲ ଦେଖିବାକୁ ପସନ୍ଦ କରନ୍ତି  ସେମାନଙ୍କ ପାଇଁ ଆଇପିଟିଭି ଅଫର ସବୁଠାରୁ ଉତ୍ତମ । ଫାଇଲ ଚ୍ୟାନେଲ୍ସର ପ୍ୟାକ୍ ଲିଷ୍ଟ ଆଣିବାରେ ଟିକେ ସମୟ ଲାଗିବ । ଅନ୍ଯପଟେ ଯେଉଁ ୟୁଜର୍ସ ସାଟେଲାଇଟ୍ ଟିଭି ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି  ସେମାନେ ଲୋକଲ କେବଲ ଟିଭି ଚ୍ୟାନେର ପ୍ରଦାନକାରୀଙ୍କଠୁ କନେକ୍ସନ କିଣିପାରିବେ ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର