ମହାମେଣ୍ଟଠାରୁ ଅଲଗା ହେଲେ ଜିତନ୍ ରାମ ମାନଝି, ଜେଡିୟୁରେ ହୋଇପାରନ୍ତି ସାମିଲ

ପାଟନା,୨୦।୮: ବିହାରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହୋଇପାରେ। ଏହାକୁ ନେଇ ବିହାର ରାଜନୈତିକ ପରିବେଶ ଖୁବ୍ ସରଗରମ।  ନିର୍ବାଚନ ପୂର୍ବରୁ ସବୁବଳେ ପୁରୁଣା ସମ୍ପର୍କ ଭାଙ୍ଗି ପୂଜା ସମ୍ପର୍କ ତିଆରି କରିବାର କାମ ଜାରି ରହିଛି। ଏବେ ଜୀତନ ରାମ ମାନଝିଙ୍କ ଦଳ ‘ହମ୍’, ମହାମେଣ୍ଟଠାରୁ ଅଲଗା ହୋଇଯାଇଛି। ମାନଝିଙ୍କ ପାର୍ଟି କୋର କମିଟି ନିଷ୍ପତ୍ତି ନେଇଛି ସେ ଏବେ ମହାମେଣ୍ଟର ଅଂଶ ହେବନି। କୁହାଯାଉଛି ଯେ, ମାନଝି ଜେଡିୟୁ ସହିତ ଯାଇପାରନ୍ତି।

କୁହାଯାଉଛି ଯେ, ମାନଝିଙ୍କୁ ଫେରାଇ ନେବାକୁ ଜେଡିୟୁ ପକ୍ଷରୁ ଗତ କିଛି ମାସ ହେବ ଚେଷ୍ଟା ଚାଲିଥିଲା। ଜେଡିୟୁ ଚାହୁଁଥିଲା ମାନଝିଙ୍କ ଦଳ ସମ୍ପୂର୍ଣ୍ଣ ଭାବରେ ଡେଡିୟୁରେ ବିଲୟ ହୋଇଯାଉ, କିନ୍ତୁ ଏଭଳି ହେବାଫଳରେ ଦଳର କିଛି ଆସନର ବୁଝାମଣା ଫର୍ମୁଲା ଧାର୍ଯ୍ୟ କରାଯାଇପାରେ।

ଆଜି ‘ହମ୍’ ଦଳର କୋର କମିଟି ବୈଠକରେ ମହାମେଣ୍ଟରୁ ଅଲଗା ହେବାର ନିଷ୍ପତ୍ତି ନିଆଯାଇଛି। ତେବେ ଏହା ଠିକ୍ ହୋଇନି ଯେ, ଜୀତନ ରାମ ମାନଝି ଜେଡିୟୁ ସହିତ ହାତ ମିଶାଇବେ କି ନାହଁ, କିନ୍ତୁ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଜେଡିୟୁ ଓ ମାନଝିଙ୍କ ଭିତରେ ଡିଲ୍ ହୋଇସାରିଛି।

   ସମ୍ବନ୍ଧିତ ଖବର


ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ