ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ଜିତୁ ମିତ୍ର

ଭୁବନେଶ୍ୱର ୧୧/୩: ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ଜିତୁ ମିତ୍ର । ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ଓରଫ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ସୋମବାର ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ଦଳର ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । ଏନେଇ ନବୀନ କହିଛନ୍ତି ତାଙ୍କ ଯୋଗଦାନ ପରେ ଦଳ ଅଧିକ ମଜଭୁତ ହେବ । ଗତ ନିର୍ବାଚନରେ ବିଜେଡି ଛାଡି ବିଜେପିରୁ ଲଢିଥିଲେ ଜିତୁ ।