ପୁଲଓ୍ବାମାରେ ଏନକାଉଣ୍ଟର୍: ୪ ଲଶ୍କର୍-ଏ-ତୈବା ଆତଙ୍କବାଦୀ ନିହତ

ଶ୍ରୀନଗର ୧।୪: ସୋମବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲାସିପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲଶ୍କର୍-ଏ-ତୈବା ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ବୋଲି ବିଶ୍ୱାସ କରାଯାଉଛି। ନିହତ ଆତଙ୍କବାଦୀଙ୍କର ପରିଚୟ ଜାଣିବାକୁ ଉଦ୍ୟମ କରାଯାଉଛି। ସେମାନଙ୍କ ପାଖରେ ଥିବା ଦୁଇଟି ଏକେ ରାଇଫଲ୍, ଗୋଟିଏ ଏସ୍ଏଲ୍ଆର୍ ଏବଂ ଗୋଟିଏ ପିସ୍ତଲ୍ ଉଦ୍ଧାର କରାଯାଇଛି।
ଶ୍ରୀନଗର ସ୍ଥିତ ରକ୍ଷା ପ୍ରବକ୍ତା କର୍ଣ୍ଣଲ ରାଜେଶ କାଲିଆ କହିଛନ୍ତି, ଏହି ଗୁଳି ବିନିମୟ କରି ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରାଯାଇ ତଲାସ ଅଭିଯାନ ଚାଲିଛି।