ତ୍ରାଲରେ ଏନକାଉଣ୍ଟର,୨ ହିଜବୁଲ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୫।୩: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଶେଷ କରିବା ପାଇଁ ସୁରକ୍ଷାକର୍ମୀଙ୍କ ଅଭିଯାନ ଜାରି ରହିଛି। ସୋମବାର ସନ୍ଧ୍ୟାରେ ଆତଙ୍କବାଦୀଙ୍କ ସହ ତ୍ରାଲରେ ଆରମ୍ଭ ହୋଇଥିବା ସଂଘର୍ଷରେ ଆଜି ସୁରକ୍ଷା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହ ଆତଙ୍କବାଦୀଙ୍କ ଘରକୁ ଧ୍ବଂସ କରିଦିଆଯାଇଛି। ଏହି ଦୁଇ ଆତଙ୍କବାଦୀ ହିଜବୁଲ ମୁଝାହିଦ୍ଦିନର ବୋଲି ଜଣାପଡିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ରାଇଫଲ ସହିତ ବହୁ ଅସ୍ତ୍ରଶସ୍ତ୍ର ଜଣତ କରାଯାଇଛି। ନିହତ ଆତଙ୍କବାଦୀଙ୍କ ନାମ ଇରଫାନ ଅହମ୍ମଦ ଓ ଅନ୍ୟଜଣଙ୍କର ନାମ ଅଦଫାର ଫୟାଜ। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ପାଖରୁ ଏକେ-୪୭ ଉଦ୍ଧାର କରିଚନ୍ତି।
ସୁରକ୍ଷାକର୍ମୀ ତ୍ରାଲରେ ରେଶୀରେ ୨ରୁ ୩ ଜର ଆତଙ୍କବାଦୀଙ୍କ ଲୁଚିଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ୪୨ ରାଷ୍ଟ୍ରୀୟ ରାଇଫଲ୍ସ,,୧୮୦ ବାଟାଲିୟନ ସିଆରପିଏଫ୍ ଓ ଏସ୍ଓଜିର ମିଳିତ ଟିମ୍ ସ୍ଥାନୀୟ ଅଞ୍ଚଳକୁ ଘେରାଉ କରି ସର୍ଚ ଅପରେସନ୍ ଆରମ୍ଭ କରିଦେଇଥିଲା। ଆତଙ୍କବାଦୀଙ୍କମାନେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳିମାଡ କରିବା ଦ୍ବାରା ଦୁଇପକ୍ଷ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ସଂଘର୍ଷରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।
ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ଏବେ ସେଠାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ ଅପରେସନ୍ ଜାରି ରହିଛି। ଏହା ପୂର୍ବରୁ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଖବର ପାଇବା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତାରେ ଏକାଠି ହୋଇଯାଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଘଉଡାଇଥିଲେ।