PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବାହାଘର ପରେ ଶାଶୁଘର ନୁହେଁ ପ୍ରଥମେ ପାଦ ଦେଲେ ପୋଲିଂ ବୁଥରେ,ସ୍ବାମୀଙ୍କ ସହ ମିଶି ଭୋଟ ଦେଲେ ନବବଧୂ

ଶ୍ରୀନଗର,୧୮।୪: ବିବାହ ଯେତେବେଳେ ହୁଏ ସେତେବେଳେ ଆରମ୍ଭ ହୋଇଯାଇଥାଏ ନୂତନ ଜୀବନର ଶୁଭାରମ୍ଭ। କିନ୍ତୁ ଏହି ଶୁଭାରମ୍ଭରେ ଭୁଲିପାରିନାହାଁନ୍ତି ଜଣେ ଯୁବତୀ ତାଙ୍କର ଜନ୍ମସିଦ୍ଧ ଅଧିକାର ମତାଧିକାରକୁ। ବିବାହ ବେଦୀରେ ସାତଟି ବଚନ ଏବଂ ସାତଫେରା ଲଗାଇବା ପରେ ସେ ବାପାଘରୁ ନେଇଥିଲେ ବିଦାୟ। କିନ୍ତୁ ଶଶୁଘରକୁ ଯିବା ପୂର୍ବରୁ ସେ ଭୋଟିଂ ବୁଥରେ ତାଙ୍କ ସ୍ବାମୀଙ୍କ ସହ ମିଶି ଦେଇଥିଲେ ଭୋଟ। ଏଭଳି ଘଟଣା ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀରର ଉଦ୍ଧମପୁର ବୁଥରେ।

ଏକ ନବ ଦମ୍ପତି ବିବାହ ବେଦୀରୁ ଆସି ସିଧାସଳଖ ପହଁଞ୍ଚିଥିଲେ ଭୋଟିଂ ବୁଥରେ। ଏହାପରେ ଦୁହେଁ ଦେଇଥିଲେ ଭୋଟ। ଏହି ଘଟଣା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ବର ଏବଂ ବଧୂ ବେଶରେ ସଜ୍ଜିତ ହୋଇ ଭୋଟ ଦେବାକୁ ଆସିଥିବା ଏହି ନବ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ସରିବା ପରେ ସେମାନେ ଘରକୁ ନ ଯାଇ ସିଧାସଳଖ ଉଦ୍ଧମପୁର ପୋଲିଂ ବୁଥକୁ ଆସିଥିଲେ। ସେଠାରେ ମତଦାନ କରିବା ପରେ ନିଜ ଘରକୁ ଯାଇଥିଲେ। ଦୁହିଁଙ୍କର ମତାଧିକାର ଉତ୍ସାହ ଦେଖି ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।

source: https://hindi.oneindia.com

ଏହା ପ୍ରଥମ ଘଟଣା ନୁହେଁ ଗତ ସପ୍ତାହରେ ଉତ୍ତରପ୍ରଦେଶର ବିଜନୋରରେ ଜଣେ ନବ ବିବାହିତ ଯୁବକ ବର ବେଶରେ ପୋଲିଂ ବୁଥ୍‌ରେ ପହଞ୍ଚି ମତଦାନ କରିଥିଲେ। ଏପରି କି ଯୁବକ ଜଣକ ସେଠାରେ ସୁରକ୍ଷା କର୍ମୀଙ୍କ ସହ ଫଟୋ ଉଠାଇଥିଲେ, ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ମଧ୍ୟପ୍ରଦେଶ ବେତୁଲରେ ସତୀଶ ଏବଂ ଶର୍ମିଲାଙ୍କ ବିବାହ ୬ମେ ରେ ହେବାକୁ ଥିଲା । ମାତ୍ର ତାଙ୍କ ବିବାହ ତାରିଖ ୭କୁ ଘୁଞ୍ଚାଇ ଦିଆଯାଇଥିଲା କାରଣ ୬ତାରିଖରେ ତାଙ୍କ ଅଞ୍ଚଳରେ ମତଦାନ ରହିଥିଲା । ସେମାନେ ନିଜର ଭୋଟ ପାଇଁ ଏଭଳି କରିଥିଲେ। ଯାହାକି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟଥିଲା।  

ସମ୍ବନ୍ଧିତ ଖବର