PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଜେଏନ୍‌ୟୁରେ ପୁଣି ବିବାଦ; ବାବରି ମସ୍‌ଜିଦ୍‌ ପୁନଃ ନିର୍ମାଣ ପାଇଁ ଉଠିଲା ଦାବି, ଛାତ୍ରସଂଘ ଉପାଧ୍ୟକ୍ଷଙ୍କ ସମର୍ଥନ ନିଆଁରେ ଘିଅ ଢାଳିଲା

pic-livehindustan.com

ନୂଆଦିଲ୍ଲୀ: ଦିଲ୍ଲୀର ଜବାହର ଲାଲ ନେହରୁ ୟୁନିଭର୍ସିଟିରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ବାବରି ମସ୍‌ଜିଦ ବିଧ୍ୱଂଶର ବାର୍ଷିକୀ ଅବସରରେ ଜେଏନ୍‌ୟୁ ଛାତ୍ର ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପୁଣି ବିବାଦୀୟ ନାରାବାଜୀର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ପୁଣିଥରେ ବାବରି ମସ୍‌ଜିଦ ନିର୍ମାଣ କରିବା ପାଇଁ ଦାବି ଉଠିଛି। ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଜେଏନୟୁ ଛାତ୍ରସଂଘ ଉପାଧ୍ୟକ୍ଷ ସାକେତ ମୁନ ମଧ୍ୟ ଏହି ନାରାବାଜୀକୁ ସମର୍ଥନ କରିଛନ୍ତି।

ସୋସିଆଲ୍ ମିଡିଆରେ ଯେଉଁ ନାରାବାଜୀର ଭିଡିଓ ଭାଇରାଲ୍ ହେଉଛି ସେଥିରେ ନିଜେ ସାକେତ୍ ମଧ୍ୟ ନାରାବାଜୀ କରୁଥିବାର ଦେଖାଯାଉଛନ୍ତି। ସାକେତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଯାହା ନାରାବାଜୀ କରାଯାଇଛି ତାହା ଠିକ୍ ସେଥିରେ କୌଣସି ଭୁଲ୍ ନାହିଁ।  

ସୋମବାର ଜେଏନ୍‌ୟୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାକେତ ମୁନ କହିଥିଲେ ଯେ ଯଦି ସୁପ୍ରିମକୋର୍ଟ କହିଥିଲେ ଯେ ବାବରି ମସ୍‌ଜିଦ୍ ଭାଙ୍ଗିବା ଭୁଲ ଥିଲା ତେବେ ସମ୍ପୂର୍ଣ୍ଣ ଜମି ଉପରେ ମନ୍ଦିର ତିଆରି କରିବାର ରାୟ କାହିଁକି ଶୁଣାଇଲେ। କୋର୍ଟଙ୍କ ନିଷ୍ପତ୍ତି ଭୁଲ ଥିଲା। ତେଣୁ ନ୍ୟାୟ ହେବା ନିହାତି ଆବଶ୍ୟକ। ନ୍ୟାୟ ଅନୁସାରେ ଯେଉଁମାନେ ମସ୍‌ଜିଦ ଭାଙ୍ଗିଥିଲେ ସେମାନଙ୍କୁ ଦଣ୍ଡ ମିଳୁ ଓ ପୁଣିଥରେ ବାବରି ମସ୍‌ଜିଦ୍ ତିଆରି ହେଉ ବୋଲି ସେକେତ ମୁନ ଦାବି କରିଥିଲେ।

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ସାକେତ କହିଛନ୍ତି ଯେ ସେମାନେ ଦାଦରି ଓ ବାବରିର ନାରା ଲଗାଇଥିଲେ। ଯେମିତି ହାଶିମପୁରା ଓ ଦାଦରୀ ଅନ୍ୟୟାର ପ୍ରତୀକ ହୋଇ ରହିଛି ଠିକ୍ ସେହିପରି ବାବରି ମସ୍‌ଜିଦ୍‌ ସ୍ତୁପର ବିଧ୍ୱଂଶ ବି ଏକ ଅନ୍ୟାୟ। ଏହି ଅନ୍ୟାୟକୁ ସେବେ ଦୂର କରାଯାଇ ପାରିବ ଯେ ପୁଣିଥରେ ବାବରି ମସ୍‌ଜିଦ ନିର୍ମାଣ କରାଯିବ। ତେବେ ସାକେତଙ୍କର ଏହି ବୟାନରୁ ନିଜକୁ ଦୂରେଇ ରଖିଛି ଜେଏନ୍‌ୟୁ ଛାତ୍ର ସଂଘ।

ଏନେଇ ଛାତ୍ରସଂଘର ମହାସଚିବ ସତୀଶ ଚନ୍ଦ୍ର ଯାଦବ କହିଛନ୍ତି “ଜେଏନ୍‌ୟୁ ଛାତ୍ରସଂଘ ଏଭଳି ଦାବି ଉଠାଇ ନାହିଁ। ମୁନ କହିଥିଲେ ଯେ ସୁପ୍ରିମକୋର୍ଟ ବାବରି ମସଜିଦ୍ ଭାଙ୍ଗିବା ଭୁଲ୍ ବୋଲି ଦର୍ଶାଇଥିଲେ। ତେଣୁ ମସ୍‌ଜିଦ ପୁଣିଥରେ ତିଆରି କରାଯାଉ। “

ଏହି ବିବାଦ କେବଳ ଏତିକିରେ ସରିନି। ୬ ଡିସେମ୍ବରରେ ବିଶ୍ୱବିଦ୍ୟାଳୟ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଆଏଶୀ ଘୋଷ ବିଜେପିକୁ ଟାର୍ଗେଟ୍ କରିଥିଲେ। ବାବରି ମସ୍‌ଜିଦ୍ ପରେ ଏବେ କାଶୀକୁ ନେଇ ପ୍ରସ୍ତୁତି ଚାଲିଛି। ଏଥିପାଇଁ ସେମାନେ(ବିଜେପି) କାମ ବି ଆରମ୍ଭ କରିଦେଲେଣି ବୋଲି ଆଏଶୀ କହିଛନ୍ତି।

ତେବେ ଏଭଳି ଘଟଣା ପରେ ଜେଏନ୍‌ୟୁ ପୁଣିଥରେ ବିବାଦ ଘେରକୁ ଆସିଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହାକୁ ନେଇ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ ଜେଏନ୍‌ୟୁରେ ସବୁବେଳେ ଏମିତି ଘଟଣା ଦର୍ଶାଯାଉଛି। ଅନ୍ୟପଟେ ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରା ଚେତାବନୀ ଦେଇ କହିଛନ୍ତି ଯେ ଆଜିର  ସମୟରେ ବାବରି ମସ୍‌ଜିଦ୍ ପୁନଃ ନିର୍ମାଣ ପାଇଁ କିଏ ଏମିତି ସାହସ କରିପାରୁଛି।

ସୂଚନା ଥାଉକି ଜେଏନ୍‌ୟୁରେ ଡିସେମ୍ବର ୪ ତାରିଖରେ ‘ରାମଙ୍କ ନାଁରେ’ ଶୀର୍ଷକ ଏକ ଡକ୍ୟୁମେଣ୍ଟ୍ରି ପ୍ରଦର୍ଶନ କରାଯାଇଥିଲା। ଏହାର ସ୍କ୍ରିନିଂକୁ ରୋକିବା ପରାମର୍ଶ ଦେଇ ଜେଏନ୍‌ୟୁ ପ୍ରଶାସନ ଏକ ନୋଟିସ୍ ଜାରି କରିଥିଲା। ଏହା ପରେ ବି ଡକ୍ୟୁମେଣ୍ଟ୍ରିର ସ୍କ୍ରିନିଂ କରାଯାଇଥିଲା। ଏହି ଘଟଣାରେ ଛାତ୍ରସଂଘ କହିଥିଲା ଯେ ଛାତ୍ରଛାତ୍ରୀମାନେ କଣ ଦେଖିବେ କଣ ନଦେଖିବେ ତାହା ପ୍ରଶାସନ ନିଷ୍ପତ୍ତି ନେଇପାରିବେ ନାହିଁ। ଏହାକୁ ନେଇ ବିବାଦର ମୂଳ ଖିଅ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର