PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

ରାହୁଲଙ୍କ ପ୍ରତିଶ୍ରୁତି: ଗରିବଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି

ରାୟପୁର,୨୮ ।୧(ଏଜେନ୍ସି): ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ଗରିବ ଲୋକଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ପ୍ରଦାନ କରିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରତିଶ୍ରୁତି ଦେଇଛନ୍ତି ।
ଛତିଶଗଡ଼ର ରାୟପୁରେ ଆୟୋଜିତ କିଷାନ ଆଭାର ର‌୍ୟାଲିରେ ଯୋଗଦେବା ଅବସରରେ ରାହୁଲ କହିଛନ୍ତି ସବୁ ରାଜ୍ୟରେ ଗରିବ ଲୋକମାନଙ୍କୁ ସର୍ବନିମ୍ନ ରୋଜଗାର ପ୍ରଦାନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଗରିବଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଏହି ରୋଜଗାର ଟଙ୍କା ଯିବ । ବିଶ୍ୱରେ କୌଣସି ଦେଶରେ ଏଭଳି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ଭାରତରେ ପ୍ରଥମକରି ଏହି ଯୋଜନା ଲାଗୁ କରାଯିବ । ଦେଶରେ କେହି ଗରିବ କିମ୍ବା କେହି ଭୋକିଲା ରହିବେ ନାହିଁ । ଆମର କୋଟି କୋଟି ଭାଇ ଓ ଭଉଣୀ ଦରିଦ୍ର କିମ୍ବା ଭୋକିଲା ରହିଲେ ନୂଆଭାରତ ଗଠନ ସମ୍ଭବ ହୋଇପାରିବ ନାହିଁ । ତେଣୁ ଦାରିଦ୍ର‌୍ୟ ଓ ଭୋକିଲା ଦୂର କରିବା ଲାଗି କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଭାରତୀୟଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଯୋଗାଇଦେବ । ଏହା ଆମର ଲକ୍ଷ୍ୟ ଓ ପ୍ରତିଶ୍ରୁତି । ପ୍ରଥମେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହି ଯୋଜନା ଲାଗୁ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟରେ ଲାଗୁ ହେବ । ଏହା ଏକ ଐତିହାସିକ ଯୋଜନା । ତେଣୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି କଂଗ୍ରେସ ସୁଯୋଗ ଦେବାକୁ ସେ ଉପସ୍ଥିତ ଚାଷୀମାନଙ୍କୁ ନିବେଦନ କରିଛନ୍ତି । କିନ୍ତୁ ଏହି ଯୋଜନା ବିଷୟରେ ସେ ଅଧିକ କିଛି କହିନାହାନ୍ତି । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ଛତିଶଗଡ଼ରେ ୧୦ ଦିନ ଭିତରେ କୃଷିଋଣ ଛାଡ଼ କରିବ ବୋଲି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ସରକାର ଗଠନ କରିବାର ଗୋଟିଏ ଦିନ ପରେ ଏହି ପ୍ରତିଶ୍ରୁତି ପାଳନ କରିଛି । ୧୫ ବର୍ଷ ଧରି କ୍ଷମତାରେ ଥିବା ରାଜ୍ୟର ବିଜେପି ସରକାର କାହିଁକି କୃଷିଋଣ ଛାଡ କରୁନଥିଲା ବୋଲି ସେ ପଚାରିଛନ୍ତି । ରାହୁଲ ଅଭିଯୋଗ କରିଛନ୍ତି ଯେ ଅର୍ଥର ଅଭାବ ଦର୍ଶାଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ଋଣଛାଡ଼ କରୁନଥିଲେ । କିନ୍ତୁ ୧୫ଜଣ ଶିଳ୍ପପତି ଓ ବ୍ୟବସାୟୀଙ୍କ ଋଣଛାଡ କଲେ । ଅନୀଲ ଅମ୍ବାନୀଙ୍କ କମ୍ପାନିକୁ ୩୦ ହଜାର କୋଟି ଟଙ୍କା ଦେଲେ । ଏସବୁ କରିବାକୁ ଅର୍ଥ ଅଛି । କିନ୍ତୁ ଗରିବ ଚାଷୀଙ୍କ ଋଣଛାଡ କରିବାକୁ ଅର୍ଥ ନାହିଁ । ଦେଶରେ ସମ୍ବଳର ଆଦୌ ଅଭାବ ନାହିଁ । କିନ୍ତୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଯାହାକୁ ଅଗ୍ରାଧିକାର ଦେବା କଥା ତାକୁ ଦେଉଛନ୍ତି ବୋଲି ରାହୁଲ କହିଛନ୍ତି ।