
ଓ୍ବାଶିଂଟନ୍,୮।୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳାକୁ ନେଇ ରାଜନୈତିକ ବିବାଦ। ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା କ୍ୟାପିଟାଲ ହିଲ୍ ବିଲ୍ଡିଂ ଭିତରେ ପଶି କରିଛନ୍ତି ହିଂସାକାଣ୍ଡ। ଆମେରିକାର ନିବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ୟୁଏସ୍ କ୍ୟାପିଟାଲ ଭବନ(ଆମେରିକା ସଂସଦ ଭବନ)ରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମାକୁ ରାଷ୍ଟ୍ରଦ୍ରୋହ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପ ସମର୍ଥକଙ୍କ ଏହି ହିଂସାକାଣ୍ଡର ଗୋଟେ ଦିନ ପରେ ବିଡେନ୍ ଏହାକୁ ‘ଘରୋଇ ଆତଙ୍କବାଦୀ’ ବୋଲି କହି ନିନ୍ଦା କରିଛନ୍ତି।

ବିଡେନ କହିଛନ୍ତି, କେହି ବି ମୋତେ ଏହା କହିପାରିବେନି ଯଦି ବୁଧବାର ବିରୋଧ କରୁଥିବା ବ୍ଲାକ୍ ଲାଇଭ୍ସ ମେଟରର ଏକ ଗୋଷ୍ଠୀ ହୁଏ, ତେବେ ତାଙ୍କ ସହିତ ବହୁ ଭଲ ବ୍ୟବହାର କରାଯାଇନଥାନ୍ତା, ତାଙ୍କ ସହିତ ଉପଦ୍ରବକାରୀଙ୍କ ଭିଡର ତୁଳନାରେ ବହୁତ ଅଲଗା ବ୍ୟବହାର କରାଯାଇଥାନ୍ତା, ଯେଉଁମାନେ କ୍ୟାପିଟାଲ ଭବନ(ଆମେରିକା ସଂସଦ ଭବନ) ଉପରେ ଆକ୍ରମଣ କରିଥିଲେ, ଆମେ ସବୁ ଜାଣିଛୁ ଯେ, ଏହା ସତ ଅଟେ ଓ ଅସ୍ବୀକାର୍ଯ୍ୟ ଅଟେ।’
I join the Senate Democratic leader in calling on Vice President to remove this President by immediately invoking the 25th Amendment. If Vice President & Cabinet don't act, Congress may be prepared to move forward with impeachment: US House of Representatives Speaker Nancy Pelosi pic.twitter.com/fTOfV4CAk3
— ANI (@ANI) January 7, 2021
ସେଭଳି କଂଗ୍ରେସ (ସଂସଦ) ନିମ୍ନ ସଦନ ପ୍ରତିନିଧି ସଭାର ସ୍ପିକର ନେନ୍ସି ପେଲୋସି କହିଛନ୍ତି, ଯଦି ଟ୍ରମ୍ପଙ୍କୁ ୨୫ ତମ ସଂଶୋଧନ ଅନୁସାରେ ରାଷ୍ଟ୍ରପତି ପଦରୁ ହଟାଯାଏ ନାହିଁ, ତେବେ ଆମେରିକା ସଂସଦ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଆଡକୁ ବଢିପାରେ।’
