୨୦୨୧ କ୍ରିକେଟର ଅଫ୍ ଦି ଇୟର; ଶ୍ରେଷ୍ଠ ଦିନିକିଆ କ୍ରିକେଟର ହେଲେ ବାବର ଆଜମ୍, ହମ୍ମଦ ରିଜଓ୍ବାନ୍ ବେଷ୍ଟ ଟି-ଟ୍ବେଣ୍ଟି

pic- internet
ନୂଆଦିଲ୍ଲୀ,୨୪/୦୧: ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ଦିନିକିଆ କ୍ରିକେଟର ହୋଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ୍। ସୋମବାର ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍ (ICC) ଦିନିକିଆର କ୍ରିକେଟର ଅଫ୍ ଦି ଇୟର ଓ ଆଇସିସି ଟେଷ୍ଟର କ୍ରିକେଟର ଅଫ୍ ଦି ଇୟର ଘୋଷଣା କରିଛନ୍ତି। ଏଥିରେ ଆଇସିସି ଦ୍ବାରା ବାବର ଆଜମ୍ଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ଘୋଷଣା କରାଯାଇଛି । ତେବେ ଆଇସିସିର ଏହି କ୍ରିକେଟର ଅଫ୍ ଦି ଇୟର ଆୱାର୍ଡରେ ପାକିସ୍ତାନୀ କ୍ରିକେଟର ଚମକିଛନ୍ତି। ୪ ଟି ଆୱାର୍ଡ ମଧ୍ୟରୁ ତିନି ଜଣ ପାକିସ୍ତାନ କ୍ରିକେଟର ଅଫ୍ ଦି ଇୟର ଆୱାର୍ଡ ୨୦୨୧ର ସ୍ଥାନ ପାଇଛନ୍ତି।
ସେହିଭଳି ଆଇସିସି ପୁରୁଷ କ୍ରିକେଟର ଅଫ୍ଦି ଇୟର ୨୦୨୧ରେ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜଓ୍ବାନ୍ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି। ପାକିସ୍ତାନୀ ଦ୍ରୁତ ବଲର୍ ସାହିନ ଅଫରିଦି ମଧ୍ୟ ଏହି ଆୱାର୍ଡ ପାଇଛନ୍ତି। ଏହା ପୂର୍ବରୁ ଆଇସିସି ଟି-୨୦ କ୍ରିକେଟର ଅଫ ଦି ଇୟର ମଧ୍ୟ ପାକିସ୍ତାନ ଓପନର ମୋହମ୍ମଦ ରିଜୱାନ ହୋଇଥିଲେ। ଆଇସିସି ଏମର୍ଜିଙ୍ଗ୍ ପ୍ଲେୟାର ଅଫ୍ ଦି ଇୟର ହୋଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର ଜାନେମନ୍ ମଲାନ୍ । ଆଇସିସି ମେନ୍ସ କ୍ରିକେଟର ଅଫ୍ ଦି ଇୟର ଓମାନ୍ର ଜିସାନ୍ ମକ୍ସୁଦ ହୋଇଥିବା ବେଳେ, ଇଂଲଣ୍ଡର ଟାମି ବେମୋଣ୍ଟ ଟ୍ବେଣ୍ଟି ଟ୍ବେଣ୍ଟି ମହିଳା କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି । ସେହିଭଳି ପାକିସ୍ତାନ ମହିଳା ଟିମ୍ର ଫାତିମା ସିନା ଆଇସିସି ଏମର୍ଜିଙ୍ଗ୍ ଓ୍ବମେନ୍ସ କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ।
ଅନ୍ୟପଟେ ଇଣ୍ଟରନାସନାଲ କ୍ରିକେଟ କାଉନସିଲ୍ ଦ୍ବାରା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଅମ୍ପାୟାର ମରାଇସ୍ ଏରସମସ୍ଙ୍କୁ ‘ଅମ୍ପାୟାର ଅଫ୍ ଦି ଇୟର’ରେ ସମ୍ମାନିତ କରାଯାଇଛି ।