ଯୋଗେଶ ଜୋଜୋଙ୍କ ୟୁଟୁବ୍‌ ଚ୍ୟାନେଲ ହ୍ୟାକ, ସାଇବର ଥାନାରେ ଅଭିଯୋଗ କଲେ ଅଭିନେତା

ସମ୍ବଲପୁର,୨୨/୧୧: ପଶ୍ଚିମ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ ୟୁଟୁବ ଚ୍ୟାନେଲ ହ୍ୟାକ୍‌ ହୋଇଥିବା ନେଇ ସାଇବର ଥାନାର ଅଭିଯୋଗ ହୋଇଛି । ଏନେଇ ସାଇବର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ୍‌ ଆରମ୍ଭ କରିଛି ।

ସୂଚନା ଅନୁସାରେ ଶନିବର ସକାଳ ସମୟରେ ଜୋଜୋତାଙ୍କର ୟୁଟୁବ ଚ୍ୟାନେଲ୍‌ ଖୋଲିବାକୁ ଚେଷ୍ଠା କରିଥିଲେ ମଧ୍ୟ ଖୋଲିନଥିଲା । ପରେ ତାଙ୍କ ୟୁଟୁବ୍‌ ଚ୍ୟାନେଲର ସମସ୍ତ ଭିଡିଓ ଡିଲେଟ୍‌ ହୋଇଯାଇଥିବା ନେଇ ଜାଣିବାକୁ ପାଇଥିଲେ ।କେହି ଜଣେ ହ୍ୟାକ୍‌ର ତାଙ୍କ ଚ୍ୟାନେଲକୁ ହ୍ୟାକ୍‌ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ଗତକାଲି ସେ ସାଇବର ଥାନାର ଦ୍ୱାରସ୍ଥହୋଇ ଏତଲା ଦେଇଛନ୍ତି । ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହତଦନ୍ତ ଚଳାଇଛନ୍ତି।