PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବିଜୟ ସଂକଳ୍ପ ସମାବେଶରେ ଯୋଗୀ ଆଦିତ୍ୟନାଥ: କନ୍ଧମାଳରେ ବିଭେଦ ଉଦ୍ୟମ କରୁଛି ବିଜେଡି

ଫୁଲବାଣୀ,୧୫ା୪(ଆପ୍ର): ଅଲ୍ଲୀ-ବଜରଙ୍ଗବଲୀ ଭଳି ବିବାଦୀୟ ଭାଷଣ କାରଣରୁ ବିଜେପିର ତାରକା ପ୍ରଚାରକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଲାଗିଛି କଟକଣା । ୭୨ ଘଣ୍ଟା ପାଇଁ ଭାଷଣ ନଦେବା କଟକଣା ଲାଗିବାର ଦିନକ ପୂର୍ବରୁ ସେ ଓଡ଼ିଶାର ସାମ୍ପ୍ରଦାୟିକ ସମ୍ବେଦନଶୀଳ କନ୍ଧମାଳରେ ଧର୍ମ ଆଧାରିତ ଉଦ୍‌ବୋଧନ ଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଧର୍ମ ସମ୍ବନ୍ଧିତ କାର୍ଯ୍ୟକୁ ଟାର୍ଗେଟ୍‌ କରି ସେ କହିଛନ୍ତି ବିଜେଡି ବିଭେଦ ସୃଷ୍ଟି କରୁଛି । ବିଜେଡି ସାଂସଦ ପ୍ରାର୍ଥୀ ଖ୍ରୀଷ୍ଟିଆନଙ୍କ ପାଇଁ ସ୍କୁଲ କରିବାର ଘୋଷଣା କରି ଶାନ୍ତିପ୍ରିୟ କନ୍ଧମାଳରେ ବିଭେଦ ଚକ୍ରାନ୍ତ କରୁଛନ୍ତି । ସାଂସଦ ପ୍ରାର୍ଥୀଙ୍କ ଉଦ୍ୟମ କେବେ ସଫଳ ହେବନି ବୋଲି ସୋମବାର କରୋନେସନ୍‌ ପଡ଼ିଆଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ କହିଛନ୍ତି ଯୋଗୀ ଆଦିତ୍ୟନାଥ । ଆହୁରି ମଧ୍ୟ ସେ ଦିବଙ୍ଗତ ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ୱତୀଙ୍କ ହତ୍ୟା ବିଷୟ ଉଲ୍ଲେଖ କରି କହିଛନ୍ତି ଯେ କନ୍ଧମାଳର ଜନଜାତିଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ସେ କାର୍ଯ୍ୟ କରୁଥିଲେ । ହେଲେ କିଛି ସ୍ୱାର୍ଥବାଦୀ, ଜାତିବାଦୀ, ବିଭେଦ ସୃଷ୍ଟିକାରୀ ଗୋଷ୍ଠୀଙ୍କ ସ୍ୱାର୍ଥରେ ସ୍ୱାମିଜୀଙ୍କ କାର୍ଯ୍ୟ ବାଧା ଦେଇଥିଲା । ତେଣୁ ସେମାନେ ଷଡ଼ଯନ୍ତ୍ର କରି ସ୍ୱାମିଜୀଙ୍କୁ ହତ୍ୟା କରିଥିଲେ । ଏବେ ବିଜେଡିର ସାଂସଦ ପ୍ରାର୍ଥୀ ମଧ୍ୟ ସେହିପରି କନ୍ଧମାଳରେ ବିଭେଦ ସୃଷ୍ଟି କରି ଭୋଟ ନେବାକୁ ଚେଷ୍ଟା କରୁଥିôବା ସମାଲୋଚନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।
ରାଜ୍ୟ ସରକାରଙ୍କ ଗତ ୧୯ ବର୍ଷର ଶାସନକୁ କଡ଼ା ସମାଲୋଚନା କରି କହିଛନ୍ତି, ବିଜେଡି ସରକାର ଅମଳରେ ରାଜ୍ୟରେ ଗରିବୀ ଓ ଦୁର୍ନୀତି ବଢି଼ଛି । ଗରିବ ଜନସାଧାରଣଙ୍କ ଟଙ୍କା ଚିଟ୍‌ଫଣ୍ଡ୍‌ ମାଧ୍ୟମରେ ହଡ଼ପ କରାଯାଇଛି । ଲୋକେ ବିଜେଡି ସରକାରଙ୍କ ଉପରେ ଅତିଷ୍ଠ ହେଲେଣି । ଜନସାଧାରଣ ସରକାରର ପରିବର୍ତ୍ତନ ଚାହୁଁଛନ୍ତି । କେନ୍ଦ୍ରରେ ମାତ୍ର ୫ ବର୍ଷରେ ବିଜେପିର ମୋଦି ସରକାର ଅସମ୍ଭବକୁ ସମ୍ଭବ କରିପାରିଛି । ଓଡ଼ିଶାରେ ଆଇଆଇଟି, ଏମ୍‌ସ୍‌, ଆଇଆଇଏମ୍‌ ଆଦି ଅନେକ କେନ୍ଦ୍ରୀୟ ସଂସ୍ଥା ମୋଦି ସରକାର ପ୍ରତିଷ୍ଠା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ଧାରାକୁ ଏକ ନୂଆ ମୋଡ଼ ଦେଇଛନ୍ତି । ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ନିଶ୍ଚିତ କରିଛନ୍ତି । ଭାରତକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି । ଦେଶର ଏହି ବିକାଶ ଧାରାରେ ଓଡ଼ିଶାକୁ ସାମିଲ କରିବାକୁ ହେଲେ ଦେଶ ସହ ରାଜ୍ୟରେ ବିଜେପିର ଡବଲ୍‌ ଇଞ୍ଜିନ୍‌ ସରକାର ଆବଶ୍ୟକ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ତାଙ୍କ ଭାଷଣ ଓଡ଼ିଆ ଭାଷାରେ ଆରମ୍ଭ କରି ସମସ୍ତଙ୍କୁ ନମସ୍କାର ଜଣାଇଥିଲେ । ସେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ମାଟିକୁ କୋଟି କୋଟି ପ୍ରଣାମ ସହ କନ୍ଧମାଳ ଜିଲ୍ଲାର ବରାଳ ଦେବୀ ଓ ଚକାପାଦର ବିରୂପାକ୍ଷ ମହାଦେବଙ୍କୁ ପ୍ରଣାମ ଜଣାଇଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରି ସେ କହିଛନ୍ତି ଯେ ମୋଦି ସରକାର ଯୁବକ, ମହିଳା, ଗରିବ, କୃଷକ ଆଦି ଦେଶର ସମସ୍ତ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକର ଯୋଜନା କରିଛନ୍ତି । ସେ କହିଥିଲେ ଯେ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି, ଯୁବ ପ୍ରତିଭା ଅଛି । ହେଲେ ଏହାର ଉପଯୁକ୍ତ ଉପଯୋଗ ହେଉନାହିଁ । ଯୁବଗୋଷ୍ଠୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ବିଜେପି ସରକାର ଥିଲେ ଆଜି ଓଡ଼ିଶା ଗରିବ ନୁହଁ, ଦେଶର ଅନ୍ୟ ରାଜ୍ୟ ପରି ବିକଶିତ ରାଜ୍ୟ ଭାବେ ଗଣିତ ହୋଇଥାନ୍ତା । ତେଣୁ ଦେଶର ଓ ରାଜ୍ୟର ବିକାଶ ପାଇଁ ବିଜେପିର ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ ଆହ୍ୱାନ ଦେଇଥିଲେ । କନ୍ଧମାଳ ସଭା ପୂର୍ବରୁ ସେ ରାଉରକେଲା ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ପରେ ଅନୁଗୁଳ ସମାବେଶରେ ଯୋଗଦେଇଥିଲେ ।