ରଣବୀର ସିଂଙ୍କ ଫଟୋ ସେୟାର କଲେ ଜନ୍ ସିନା, କହିଲେ ‘ଅପନା ଟାଇମ୍ ଆଏଗା’

source:www.timesnownews.com
ନୁଆଦିଲ୍ଲୀ ୭/୩: ବଲିଉଡର ଆକ୍ଟର ରଣବୀର ସିଂଙ୍କ ଟାଇମ୍ ଆସିଗଲା । ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଗଲ୍ଲି ବୟ’ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ଯ ଲୋକଙ୍କ ହୃଦୟ ଜିତିଛି । WWE ସୁପରଷ୍ଟାର ଜନ୍ ସିନ୍ନା ମଧ୍ଯ ରଣବୀରଙ୍କ ଫ୍ୟାନ୍ ହୋଇଯାଇଛନ୍ତି । ରଣବୀରଙ୍କୁ ଶୁଭେଚ୍ଛା ଜଣାଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫଟୋକୁ ସେୟାର କରିଛନ୍ତି । ଏହି ପୋଷ୍ଟ ଏବେ ଉଭୟଙ୍କ ଫ୍ୟାନ୍ସ ସେୟାର କରିବାରେ ଲାଗିପଡିଛନ୍ତି ।
ରଣବୀର ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ଗଲ୍ଲୀ ବୟ ଜନ୍ ସିନ୍ନାଙ୍କୁ ବହୁତ ପସନ୍ଦ ଆସିଥିଲା । ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାଙ୍କର ଆଜି ପର୍ଯ୍ଯନ୍ତ ସମସ୍ତ ଫିଲ୍ମଙ୍କ ମଧ୍ୟରୁ ସବୁଠାରୁ ସଫଳ ଫିଲ୍ମ ସାବ୍ୟସ୍ତ ହୋଇଛି ।