ପତ୍ନୀଙ୍କ ଉପରେ ୩୫୪କୋଟିର ମାନହାନି ମୋକଦ୍ଦମା କଲେ ଜନି ଡେପ୍

source:www.amarujala.com
ମୁମ୍ବାଇ ୪/୩: ‘ପାଇରେଟ୍ସ ଅଫ ଦ କାରାବିୟନ’ ଷ୍ଟାର୍ ଜନି ଡେପ୍ ନିଜ ପୂର୍ବତନ ପତ୍ନୀ ଅମ୍ବର ହର୍ଡଙ୍କ ଉପରେ ୫୦ ମିଲିୟନ ଡଲାର(୩୫୪ କୋଟି) ଟଙ୍କାର ମାନହାନି ମକୋଦ୍ଦମା କରିଛନ୍ତି । ଅମ୍ବର ହର୍ଡ ଡିସେମ୍ବର ୨୦୧୮ରେ ୱାଶିଂଟନ ପୋଷ୍ଟକୁ ଦେଇଥିବା ଇଣ୍ଟରଭ୍ୟୁରେ ଜନି ଡେପଙ୍କୁ ନେଇ କହିଥିଲେ ଯେ ସେ ତାଙ୍କୁ ମାରପିଟ୍ କରୁଥିଲେ ।
ଜନି ଡେପ୍ କହିଛନ୍ତି ଯେ ସେ କେବେବି ନିଜ ପତ୍ନୀଙ୍କୁ ଖରାପ ବ୍ୟବହାର କରିନାହାନ୍ତି । ଅମ୍ବର ହର୍ଡ ଲୋକପ୍ରିୟତା ହାସଲ କରିବା ପାଇଁ ତାଙ୍କ ଉପରେ ଅଭିଯୋଗ କରିବା କଥା ସେ କହିଛନ୍ତି । ଏଥିପାଇଁ ଏବେ ସେ ନିଜ ଏକ୍ସ ୱାଇଫଙ୍କ ଉପରେ ମାନହାନି ମକଦ୍ଦମା କରିଛନ୍ତି ।
୨୦୧୬ରେ କୋର୍ଟ ଜନି ଡେପଙ୍କୁ ନିଜ ପତ୍ନୀ ଅମ୍ବର ହର୍ଡଙ୍କଠୁ ଦୂରେଇ ଯିବା ପାଇଁ ଆଦେଶ ଦେଇଥିଲେ । ହର୍ଡ ଅଭିଯୋଗ କରିଥିଲେ ଯେ ସମ୍ପର୍କରେ ଥିବା ସମୟରେ ଜନି ତାଙ୍କୁ ଗାଳି କରିବା ସହିତ ମାଡ ମଧ୍ଯ ମାରୁଥିଲେ । ସେ କହିଛନ୍ତି ଯେ ଜନି ମଦ୍ୟପାନ କରିବା ସହିତ ଡ୍ରଗ୍ସ ମଧ୍ୟ ନେଉଥିଲେ । ଏଥିପାଇଁ ଜନିଙ୍କୁ ଡରୁଥିଲେ ବୋଲି ସେ କହିଥିଲେ ।
୨୦୧୧ରେ ଏକ ଫିଲ୍ମ ସେଟରେ ଡେପ୍ ଓ ହର୍ଡଙ୍କ ସାକ୍ଷାତ ହୋଇଥିଲା । ସେହି ସମୟରେ ସେ ଜଣେ ଫ୍ରେଞ୍ଚ ଅଭିନେତ୍ରୀଙ୍କ ସହିତ ସମ୍ପର୍କରେ ଥିଲେ, ଯିଏ କି ପୂର୍ବରୁ ୨ ପିଲାଙ୍କ ମା ଥିଲେ । ୨୦୧୫ରେ ଜନି ଓ ହର୍ଡଙ୍କ ମଧ୍ଯରେ ବହୁତ ଧୁମଧାମରେ ବିବାହ ହୋଇଥିଲା । ତେବେ ୨୦୧୭ରେ ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇଯାଇଥିଲା ।