PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଟିକାର ଗୋଟିଏ ଡୋଜ୍‌ ପ୍ରଭାବୀ ଓ ନିରାପଦ, ୨୬ରେ ମିଳିପାରେ ଏଫ୍‌ଡିଏ ମଞ୍ଜୁରି

ୱାଶିଂଟନ,୨୫/୦୨: କରୋନା ଭୂତାଣୁ ଉପରେ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଟିକାର ମାତ୍ର ଗୋଟିଏ ଡୋଜ୍‌ ବେଶ୍‌ ପ୍ରଭାବୀ ଓ ନିରାପଦ । ଗୁରୁତର ସଂକ୍ରମଣ କ୍ଷେତ୍ରରେ ଏହା ୮୫% ପ୍ରଭାବୀ । ହ୍ୟୁମାନ୍‌ ଟ୍ରାଏଲ୍‌ ବେଳେ ଏହା ସ୍ପଷ୍ଟ ହୋଇଥିବା ଆମେରିକାର ଔଷଧ ନିୟାମକ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ (ଏଫ୍‌ଡିଏ) ପକ୍ଷରୁ ବୁଧବାର କୁହାଯାଇଛି ।

ଆମେରିକାର ବହୁଦେଶୀୟ କମ୍ପାନି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଭୂତାଣୁ ଉପରେ ପ୍ରଭାବୀ ବୋଲି ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡ଼ିଥିଲା । ଏମିତି କି ଭୂତାଣୁର ବିଭିନ୍ନ ଭାରିଆଣ୍ଟ ଉପରେ ଏହା ୬୬% ପ୍ରଭାବୀ ବୋଲି କମ୍ପାନି ଗତମାସରେ ଦାବି କରିଥିଲା । ଏବେ ଏହା ନିଜ ଟିକାର ଜରୁରି ବ୍ୟବହାର ପାଇଁ ଏଫ୍‌ଡିଏ ନିକଟରେ ଆବେଦନ କରିଛି । ଏଥିପାଇଁ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟ ଦାଖଲ କରିଛି । ଟିକାଟି ପ୍ରଭାବୀ ଓ ନିରାପଦ ହୋଇଥିବାରୁ ଶୁକ୍ରବାର ଏହାକୁ ଅନୁମୋଦନ ମିଳିବ ବୋଲି କୁହାଯାଉଛି । ଶୁକ୍ରବାର ଏଫ୍‌ଡିଏର ବିଶେଷଜ୍ଞ କମିଟି ବୈଠକ ବସିବାକୁ ଯାଉଛି ।

ଅନ୍ୟପକ୍ଷରେ ଟିକାଟି ପ୍ରଭାବୀ ଓ ନିରାପଦ ବୋଲି ଏଫ୍‌ଡିଏ ସ୍ପଷ୍ଟ ହୋଇଥିବାରୁ ଏଥିପାଇଁ ଏହା ନିଜେ ବି ନିଷ୍ପତ୍ତି ନେଇପାରିବ । କିନ୍ତୁ ଔପଚାରିକତା ଦୃଷ୍ଟିରୁ ଏହା ବିଶେଷଜ୍ଞ କମିଟିର ରାୟ ଜାଣିବାକୁ ଚାହୁଁଛି । ଫାଇଜର ଓ ମଡେର୍ଣ୍ଣା ଟିକାକୁ ମଞ୍ଜୁରି ଦେବା ବେଳେ ଏଫ୍‌ଡିଏ ନିଜେ ନିଷ୍ପତ୍ତି ନେଇଥିଲା ।

ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଟିକାର ପ୍ରଭାବ ସବୁଠି ସମାନ ନାହିଁ । ଆମେରିକାରେ ଏହା ୭୨% ପ୍ରଭାବୀ ହୋଇଥିବା ବେଳେ ଲାଟିନ ଆମେରିକାରେ ୬୬%, ଦକ୍ଷିଣ ଆଫ୍ରିକାରେ ୫୭% ପ୍ରଭାବୀ ରହିଛି । କିନ୍ତୁ ଗୁରୁତର ସଂକ୍ରମଣ କ୍ଷେତ୍ରରେ ଟିକାଟି ମୋଟାମୋଟି ଭାବେ ୮୫% ପ୍ରଭାବୀ ବୋଲି କମ୍ପାନି ଦ୍ୱାରା ଦାଖଲ ରିପୋର୍ଟରୁ ଜଣାପଡ଼ିଛି । ଗୋଟିଏ ଡୋଜ୍‌ ନେବାର ଅତିକମ୍‌ରେ ୧୪ ଦିନ ପରେ ଏହା ସଂକ୍ରମଣ ବିପଦ ଏଡ଼ାଇବାରେ ସମର୍ଥ ହେଉଥିବା ରିପୋର୍ଟ ଦର୍ଶାଇଛି ।