ପାକିସ୍ତାନରୁ ଭାରତ ଆସି ଗଙ୍ଗାନଦୀରେ ବୁଡ଼ ପକାଇଲେ ଜଣ୍ଟି ରୋଡସ୍, ଟ୍ବିଟରରେ ଫଟୋ ଦେଖି ହରଭଜନ କହିଲେ-ଭଲ ଲାଗିଲା ଆପଣ…

ଋଷିକେଶ,୫।୩: ଦେଶର ପବିତ୍ର ନଦୀ ଗଙ୍ଗାରେ ବୁଡ ପକାଇଲେ ପାପାନାଶ ହୁଏ ବୋଲି ଆମ ଦେଶର ଲୋକଙ୍କର ମାନତ୍ୟା ରହିଛି। କିନ୍ତୁ ଏହାକୁ ମଧ୍ୟ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ବିଶ୍ବ ପ୍ରସିଦ୍ଧ ଫିଲ୍ଡର ଜଣ୍ଟି ରୋଡସ୍ ବିଶ୍ବାସ କରନ୍ତି। ବୁଧବାର ଜଣ୍ଟି ରୋଡସ୍ ଋଷିକେଶ ଆସି ଗଙ୍ଗାନଦୀରେ ବୁଡ ପକାଇଛନ୍ତି। ସେ ନିଜର ଟ୍ବିଟରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ପବିତ୍ର ଗଙ୍ଗା ନଦୀର ଥଣ୍ଡା ପାଣିରେ ବୁଡ ପକାଇବା ପରେ ଶାରିରୀକ ଓ ଆଧ୍ୟାତ୍ମିକ ସ୍ତରରେ ଫାଇଦା ମିଳିଥାଏ।’

ଜଣ୍ଟି ରୋଡସଙ୍କ ଏହି ଟ୍ବିଟ୍ ପରେ ଜଣେ ଭାରତୀୟ ୟୁଜରର ଲେଖିଛନ୍ତି, ଆପଣଙ୍କୁ ଆମେ ସ୍ବାଗତ କରୁଛୁ। ଏହାପରେ ଭାରତୀୟ ସ୍ପିନ୍ ବୋଲର ହରଭଜନ ସିଂ ଲେଖିଛନ୍ତି, ମୋର ବନ୍ଧୁ ଆପଣ ମୋ ଠାରୁ ଅଧିକ ଭାରତ ଦେଖିଛନ୍ତି। ଆପଣଙ୍କୁ ଗଙ୍ଗାରେ ବୁଡ ପକାଇବାର ଦେଖି ଖୁସି ଲାଗୁଛି। ଆଗାମୀ ଥର ମୋତେ ସାଙ୍ଗରେ ନେଇ ଚାଲନ୍ତୁ।’ ଉଲ୍ଲେଖନୀୟ ଯେ, ଜଣ୍ଟି ରୋଡସ୍ ନିଜର ପରିବାର ସହିତ ଛୁଟି କାଟିବାକୁ ଭାରତ ଆସିଛନ୍ତି। ଏହା ପୂର୍ବରୁ ସେ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ) ସାମିଲ ହେବାପରେ ଭାରତ ଆସି ଋଷିକେଶରେ ଗଙ୍ଗାନଦୀରେ ବୁଡ ପକାଇଛନ୍ତି।

ଜଣ୍ଟି ରୋଡସ୍ ନିଜର ଫଟୋ ସହିତ ୩ଟି ହ୍ୟାଶ ଟ୍ୟାଗ୍ ଶବ୍ଦର ବ୍ୟବହାର କରିଛନ୍ତି। ସେ ମୋକ୍ଷ, ଋଷିକେଶ ଓ ଇଣ୍ଟରନ୍ୟାସନାଲ ଯୋଗ ଫେଷ୍ଟିଭାଲ ଶବ୍ଦର ଟ୍ୟାଗ୍ କରିଛନ୍ତି। ଜଣ୍ଟି ରୋଡସ୍ ଭାରତୀୟ ଷ୍ଟାଇଲରେ ଗଙ୍ଗା ନଦୀରେ ବେକ ପାଣିରେ ପଶି ବୁଡ ପକାଇବା ସହ ହାତ ଯୋଡିଛନ୍ତି। ୫୦ ବର୍ଷୀୟ ଜଣ୍ଟି ରୋଡସ୍ ଏବେ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଭାରତରେ ଅଛନ୍ତି। ଏଥର ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଫିଲ୍ଡିଂ କୋଚ ଅଛନ୍ତି।  ଦକ୍ଷିଣ ଆଫ୍ରିକା ପାଇଁ ୫୨ଟି ଟେଷ୍ଟ ଓ ୨୪୫ଟି ଓ୍ବାନଡେ ମ୍ୟାଜ୍ ଖେଳିସାରିଥିବା ଜଣ୍ଟି ରୋଡସଙ୍କ ଭାରତ ପ୍ରତି ଖୁବ୍ ଦୁର୍ବଳତା ରହିଛି। ଏଥିପାଇଁ ସେ ତାଙ୍କ ଝିଅର ନାଁ ‘ଇଣ୍ଡିଆ’ ରଖିଛନ୍ତି।