ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୨ ବନ କର୍ମଚାରୀ ନିଲମ୍ବିତ

ପୁରୀ, ୪/୫: ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରୁଥିବାବେଳେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ । ଫୋନିକୁ ଏକ ବର୍ଷ ପୂରିଥିବାବେଳେ ଅଭୟାରଣ୍ୟର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଏନେଇ ପେଣ୍ଠକଟା ମେରାଇନ୍‌ ଥାନାରେ ଅଭିଯୋଗ ହୋଇଛି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆକ୍ରମଣର ଶିକାର ହୋଇଥିବା ଭିଡିଓ ଜର୍ଣ୍ଣାଲିଷ୍ଟ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ପକ୍ଷରୁ ହୋଇଥିବା ଏତଲାକ୍ରମେ ବନପାଳ ତପନ ନାୟକ ଓ ବନରକ୍ଷୀ ବିରଜା ମହାପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା କହିଛନ୍ତି ।

ଅଭିଯୋଗ ହୋଇଛି ଯେ, ଇଲେକେଟ୍ରାନିକ୍ସ ମିଡିଆର ସାମ୍ବାଦିକମାନେ ଅଭୟାରଣ୍ୟ ଖବର ସଂଗ୍ରହ କରୁଥିଲେ । ସେମାନେ ବନ ବିଭାଗ ଅନୁମତି ନେଇ ଏହି ଖବର ସଂଗ୍ରହ କରୁଥିବାବେଳେ ତୋଷାଲି ସ୍ୟାଣ୍ଡ ସମ୍ମୁଖ ସୈକତ ନିବାସସ୍ଥିତ ନେଚର୍‌ କ୍ୟାମ୍ପ ଆଡକୁ ଯାଇଥିଲେ । ହେଲେ ସେଠାରେ ଥିବା ଟୁରିଷ୍ଟ କଟେଜ୍‌ରେ କିଛି କର୍ମଚାରୀ ମଦ୍ୟପାନ କରୁଥିଲେ । ହଠାତ୍‌ ସେମାନେ ଉତ୍ତ୍ୟକ୍ତ ହୋଇ କାହିଁକି ସୁଟିଂ କରୁଛ ବୋଲି କହି ଚିହିଁକି ଆସିଥିଲେ । ଏଥିସହ ଆକ୍ରମଣ କରିବାକୁ ମଧ୍ୟ ସେମାନେ ପଛାଇ ନଥିବା ଅଭିଯୋଗ ହୋଇଛି । ଆକ୍ରମଣ କରିବା ସହ ଚିତ୍ତରଞ୍ଜନଙ୍କଠାରୁ କ୍ୟାମେରା ଛଡାଇ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । କଟେଜ ଭିତରେ ଏକାଧିକ ମଦ ବୋତଲ, ଜରି ଗ୍ଲାସ୍‌ ଓ ସିଗାରେଟ୍‌ ଖୋଳ ପଡିଥିବା ମଧ୍ୟ ଭିଡିଓରେ ପ୍ରମାଣ ରହିଛି ।

ଏହି ଘଟଣାକୁ ନିନ୍ଦା କରି ପୁରୀର ସମସ୍ତ ସାମ୍ବାଦିକ ଏକତ୍ର ହୋଇ ପେଣ୍ଠକଟା ମେରାଇନ୍‌ ଥାନା ଘେରଉ କରିଥିଲେ । ଏନେଇ ଏକ ଏତଲା ଦିଆଯିବା ପରେ ପୁଲିସ ଆଇପିସି ଦଫା ୩୪୧, ୩୦୭, ୨୯୪, ୩୨୩, ୪୨୭, ୫୦୬, ୩୪ ବଳରେ ମାମଲା (୨୫/୨୦) ରୁଜୁ କରିଥିବା କହିଛନ୍ତି ଆଇଆଇସି ବାମଦେବ ନନ୍ଦ ।
ଏହି ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ବଲୱନ୍ତ ସିଂହ।

   ସମ୍ବନ୍ଧିତ ଖବର


ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର