ପ୍ରମୂଖ ଖବର
  • ୧୨ରେ ନୂଆ ସରକାର ଶପଥ ଗ୍ରହଣ, ବିଏମ୍‌ସି ଅଞ୍ଚଳରେ ଅଧା ଦିନ ଛୁଟି
  • ||
  • କୋରାପୁଟ: ରେଳ ଧାରଣାରୁ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ବିଜେପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା: ଜେ.ପି ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ, ଦୌଡ଼ରେ ଏକାଧିକ ନେତା
  • ||
  • ଭାରତ-ପାକ୍‌ ମ୍ୟାଚ୍‌ରେ ଚାଲିଥିବା ବେଳେ ଆଖି ବୁଜିଲେ ଏମ୍‌ସିଏ ସଭାପତି, ମୃତ୍ୟୁ ବେଳକୁ ହୋଇଥିଲା ୪୭ ବର୍ଷ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: କାନାଡାକୁ ଭେଟିବ ପାକିସ୍ତାନ, ‘କର ବା ମର’ ସ୍ଥିତିରେ ବାବର ବାହିନୀ
  • ||
  • ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ, ୧୨ରେ ଶପଥ ଉତ୍ସବ
  • ||
  • ରାଜ୍ୟରେ ଆଣ୍ଠେଇଛି ମୌସୁମୀ : ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି, ୧୫ ପୂର୍ବରୁ ବର୍ଷା ନାହିଁ
  • ||

୧୬ରେ ଭୁବନେଶ୍ବରରେ ରୋଡ୍ ସୋ’ କରିବେ ଜେ.ପି ନଡ୍ଡା

ଭୁବନେଶ୍ବର,୧୫।୫ : ଆସନ୍ତାକାଲି ଭୁବନେଶ୍ୱରରେ ରୋଡ଼ ଶୋ କରିବେ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।  ମାଉସୀ ମା’ ମନ୍ଦିର  ଠାରୁ  ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ଯାଏଁ ଏହି ରୋଡ୍ ସୋ’ ହେବ।  ନଡ୍ଡା ୨ ଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ ଏକ ହୋଟେଲରେ ବିଜେପି ମହିଳା ମୋର୍ଚ୍ଚର ଏକ ବୈଠକରେ ଯୋଗ ଦେବେ।  ଗୁରୁବାର ସକାଳୁ ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ଼ ଶୋ କରିବେ। ପରେ ପଦ୍ମପୁର ଓ ସୁନ୍ଦରଗଡ ସମାବେଶରେ ଯୋଗ ଦେବେ। 

ସେହିପରି ୧୬ ଓ ୧୭ ରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପ୍ରଚାର କରିବେ। ୧୬ରେ ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ବ୍ରଜରାଜନଗର, ବଣେଇ, ଅତାବିରା, ଜଟଣୀ ରେ ସଭା କରିବେ। ପୁଣି ସେହିଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବେ। ୧୭ରେ ହିମନ୍ତ ବିଶ୍ୱଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଞ୍ଝ , ଲୋଇସିଂହା, ସତ୍ୟବାଦୀ, ପିପିଲି ସମାବେଶ କରିବେ . ସେହିପରି ବିଷ୍ଣୁ ଦେବ ସାଏ ସୁନ୍ଦରଗଡ, ରାଜାଙ୍ଗାଗପୁର, ବୀରମିତ୍ରପୁରରେ ପ୍ରଚାର କରିବେ। ସେହିପରି ୧୭ ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଂଜନ ଲାଲ ଶର୍ମା ସାନଖେମୁଣ୍ଡି , ଦଶପଲ୍ଲା, ଜି ଉଦୟଗିରିରେ ପ୍ରଚାର କରିବେ ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.