PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ନିର୍ମାଣାଧୀନ କୋଠାରରେ ଚାଲିଥିବା ଜୁଆଆଡ୍ଡାରେ ପୁଲିସର ଚଢ଼ଉ: ୬ଗିରଫ,୧.୫୨ ଲକ୍ଷ ଟଙ୍କା, ୩ ବାଇକ୍‌ ଜବତ

ପୁରୀ ୧୬/୧୨: ଦୀର୍ଘ ଦିନ ଧରି ଚାଲିଥିଲା ଜୁଆ ଆଡ୍ଡା । ଆଡ୍ଡାରେ ଜମୁଥିଲା ବଡ଼ବଡିଆଙ୍କ ଭିଡ। ଲାଗୁଥିଲା ଲକ୍ଷ ଲକ୍ଷ ଟଙ୍କାର ବାଜି । ବାରମ୍ବାର ଅଭିଯୋଗ ହେଉଥିଲା । ହେଲେ ଶୁଣୁନଥିଲା ପୁଲିସ । ୩ ଦିନ ତଳେ ଏସମ୍ପର୍କରେ ଏସ୍‌ପି ଉମାଶଙ୍କର ଦାଶଙ୍କ ନିକଟରେ ପହଞ୍ଚିଥିଲା ଖବର । ରବିବାର ଅପରାହ୍ନରେ ଚଢ଼ଉରେ ଗିରଫ ହେଲେ ୬ ଜୁଆଡି ଓ ଜବତ ହେଲା ୧ ଲକ୍ଷ ୫୨ ହଜାର ଟଙ୍କା, ଗୋଟିଏ ମୋପେଡ, ୩ ବାଇକ ଏବଂ ୪ଟି ମୋବାଇଲ । ଗିରଫ ଅଭିଯୁକ୍ତ ମାନେ ହେଲେ, ଦଇତାପଡା ସାହିର ସୁରେନ୍ଦ୍ର ସାହୁ (୪୨), ଜାଲି ସାହିର ବିଜୟ ବେହେରା (୫୬), ବଳିଆପଣ୍ଡାର ପବିତ୍ର ମଲ୍ଲିକ (୩୨), ଭୁବନେଶ୍ୱରର ଜି. ଶିଳ୍ପତି (୪୫), କଟକର ସଞ୍ଜୟ ସେନାପତି (୪୧) ଓ ଇକ୍ରାମ୍‌ ଖାନ୍‌ (୨୨) ।

ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ସଦର ଥାନାର ଅଧୀନ ଖଣ୍ଡିଆବନ୍ଧ ବାରବାଟୀ ସ୍ଥିତ ମାତା ମାଆ ଲେନ୍‌ରେ ଚାଲିଥିଲା ଜୁଆ ଆଡ୍ଡା । ପ୍ରତିଦିନ ପାଲି ପଡ଼ୁଥିଲା । ଘଟଣା ସ୍ଥଳରେ ବାଇକ ଓ କାର୍‌ ଲାଗୁଥିଲା । ଥାନା ପୁଲିସ ନିରବ ରହୁଥିଲା । ୧୨ ତାରିଖରେ ଏସ୍‌ପିଙ୍କୁ ଅଭିଯୋଗ ପରେ ସଦର ଥାନା ଆଇଆଇସି ସୁମତୀ ମହାନ୍ତି ଓ କୁମ୍ଭାରପଡା ଥାନା ଆଇଆଇସି କୁଳମଣୀ ସେଠୀଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା । ରବିବାର ଅପରାହ୍ନରେ ସାଦା ପୋଷାକରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଚଢ଼ଉ କରିବାକୁ ପ୍ରସ୍ତୁତ ହୋଇଥିବାବେଳେ କିଛି ପୁଲିସ ହଠାତ୍‌ ଜାଣି ନପାରି କୋଠାର ଆଗକୁ ଚାଲି ଯାଇଥିଲେ। ଜୁଆଡିମାନେ ସତର୍କ ହୋଇ ଚମ୍ପଟ ମାରିଥିଲେ । କୋଠା ପଛପଟେ ଥିବା ପଙ୍କକୁ ଡେଇଁ ଜୁଆଡି ଖସି ପଳାଇଥିବା ପୁଲିସ କହିଛି । ଦୁଇ ମହଲାରୁ ଡେଇଁବାବେଳେ ୪ ଜଣ ଜୁଆଡ଼ି ଆହତ ହୋଇଥିବା ଦେଖଣାହାରୀମାନେ କହିଛନ୍ତି । ଏପରିକି ଖସି ପଳାଉଥିବା ଜୁଆଡିଙ୍କୁ ରୋକିବାକୁ ଉଦ୍ୟମ କରି ପୁଲିସ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲା । ହେଲେ ଖାତିର କରିନଥିଲେ ସେମାନେ । କିନ୍ତୁ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୁଲିସ ଟିମ୍‌ । ପାଲିରେ ପଡିଥିବା ଟଙ୍କା ଓ ଖେଳ ସାମଗ୍ରୀ ଜବତ କରାଯାଇଥିଲା ।

ଜୁଆଡିମାନେ ସହରର ନିର୍ମାଣାଧୀନ କୋଠାକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଥିବା କହିଛି ପୁଲିସ । ପୁଲିସ କିମ୍ବା ସନ୍ଦେହ ଜନକ ଅବସ୍ଥାରେ କିଏ ସେହି ଅଞ୍ଚଳକୁ ଆସିଲେ ଗୁପ୍ତଚର ଖବର ଦେଉଛନ୍ତି । ଫଳରେ ସତର୍କ ହୋଇଯାଉଛନ୍ତି। ପ୍ରତିଦିନ ସହରର ଏକାଧିକ ଜୁଆଆଡ୍ଡାରେ କୋଟି କୋଟି ଟଙ୍କାର ଖେଳ ଚାଲୁଛି । ଏନେଇ ଏସ୍‌ପି ଶ୍ରୀ ଦାଶ କହିଛନ୍ତି ଆମେ ଖବର ପାଇବା କ୍ଷଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ।

ସମ୍ବନ୍ଧିତ ଖବର