ସଟଡାଉନରେ ଚାଲିଥିଲା କୁକୁଡ଼ା ଲଢେ଼ଇ ସାଙ୍ଗକୁ ଜୁଆଖେଳ,ଚଢ଼ଉ କଲା ପୋଲିସ: ୨୩ ବାଇକ୍,୫ ସାଇକେଲ ଜବତ

ଖୁଣ୍ଟା, ୦୯/୦୮ :ଖୁଣ୍ଟା ପୋଲିସ ଆଜି ଏକ ବେଆଇନ କୁକୁଡ଼ା ପଡା(କୁକୁଡ଼ା ଲଢେ଼ଇ) ଉପରେ ଚଢ଼ାଉ କରି ୨୩ଟି ବାଇକ ଓ ୫ଟି ସାଇକେଲ ଜବତ କରିଛି ।

ପୂର୍ବରୁ ସରକାରଙ୍କ ପକ୍ଷରୁ କୁକୁଡ଼ା ପଡ଼ା ଉପରେ ନିଷେଧାଦେଶ ଜାରି ରହିଛି । ତେବେ ବର୍ତ୍ତମାନ କୋରନା ମହାମାରୀ ପରିପକ୍ଷୀରେ ଜନ ଗହଳି ହେବା ଭଳି ସମସ୍ତ କାର୍ଯ୍ୟକ୍ରମକୁ ସରକାରଙ୍କ ପକ୍ଷରୁ କୋଠର ଭାବେ ବନ୍ଦ କରାଯାଇଥିବା ବେଳେ ଏହାକୁ ଆହୁରି ଫଳପ୍ରଦ କରିବା ପାଇଁ ସପ୍ତାହରେ ଶନିବାର ଓ ରବିବାରକୁ ସର୍ଟଡାଉନ୍ ଘୋଷଣା କରାଯାଇଛି ।

ମାତ୍ର ପ୍ରଶାସନର ଆଡ଼ୁଆଳରେ ସଟ୍ ଡାଉନ୍ କୁ ଉଲଂଘନ କରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ କୁକୁଡ଼ା ପଡା ଓ ଜୁଆ ଖେଳ ଅନୁଷ୍ଠିତ ହେଉଥିବା ଅଭିଯୋଗ ହେଉଛି ।

ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ଖୁଣ୍ଟା ପୋଲିସ ପକ୍ଷରୁ ଉକ୍ତ ଥାନା ଅଧିନ ବାସିପିଠା ପଞ୍ଚାୟତ ସ୍ଥିତ ଖେଜୁରଡିହା ଗ୍ରାମର ଅରିକୂଳ ନଦୀ ପାର୍ଶ୍ବରେ ନିଛାଟିଆ ସ୍ଥାନରେ ହେଉଥିବା କୁକୁଡ଼ା ପଡ଼ା ଉପରେ ଚଢ଼ାଉ କରାଯାଇଥିବା ବେଳେ ଲୋକେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ ସ୍ଥାନରୁ ପୋଲିସ ବାଇକ ଓ ସାଇକେଲ ଗୁଡିକୁ ଜବତ କରି ଖୁଣ୍ଟା ଥାନା କୁ ନେଇଯାଇଥିଲେ ।ଏବଂ ୪୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ସମାଗମ ଥିଲା ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି ।

ଖାଲି ସେତିକି ନୁହେଁ କୁକୁଡା ପଡା ସାଙ୍ଗ କୁ ସେହି ସ୍ଥାନରେ ଜୁଆ ଖେଳ ହେଉଥିବା ହେତୁ ଦୂର ଦୂରାନ୍ତରୁ ଜୁଆଳି ଜୁଆ ଖେଳ ପାଇଁ ଛୁଟି ଆସୁଥିବା ବେଳେ ବହୁ ସଂଖ୍ଯା ରେ ସମାଗମ ହୋଇଥିବା ଜଣାପଡିଛି। ବିଡମ୍ବନାର ବିଷୟ ଡୁକୁରା ପୋଲିସ ବିଟ୍ ଠାରୁ ମାତ୍ର ପ୍ରାୟ ୩ କି.ମି ଦୂରତା ଚାଲିଥିବା ବେଳେ ସ୍ଥାନୀୟ ପୋଲିସ କେମିତି ଜାଣି ପାରୁନଥିଲା ତାହା ପ୍ରଶ୍ନବାଚୀ ସୁଷ୍ଟି କରିଛି।

   ସମ୍ବନ୍ଧିତ ଖବର


ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ନ ମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ସହିଦ ଭଗତ ସିଂଙ୍କ ୧୧୩ତମ ଜୟନ୍ତୀରେ ରକ୍ତଦାନ ଶିବିର ଆୟୋଜନ କଲା ସହିଦ ଭଗତ ସେନା

ଡେପୁଟି କଲେକ୍ଟରଙ୍କ ବିରୋଧରେ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା