ନୀଳଗିରି- ସ୍ତ୍ରୀ କରୁଥିଲା ହତ୍ୟା ଉଦ୍ୟମ,ଏବେ ପୁଲିସ କଲା ଗିରଫ

ନୀଳଗିରି- ବିବାହ ଦିନଠାରୁ ସ୍ତ୍ରୀକୁ ମାରଧର କରିବା ସହ ଅନେକ ସମୟରେ ହତ୍ୟା ଉଦ୍ୟମ କରୁଥିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ନୀଳଗିରି ଥାନା ଅଧିନ ଔପଦା ବ୍ଲକ ରଙ୍ଗାମାଟିଆ ଗାଁରେ ଏହି ଘଟଣା ଘଟିଛି।

ଜଗା ନାମକ ଜଣେ ଯୁବକ ତାର ସ୍ତ୍ରୀକୁ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିବାବେଳେ ମାରିଦେବାକୁ ଉଦ୍ୟମ ଅଭିଯୋଗରେ ଗିରଫ ହୋଇଛି । ନୀଳଗିରି ବ୍ଲକ ଅଧିନ ଜଡିଦା ପଂଚାୟତ ଅଧିନ ଡେଙ୍ଗାସାହି ଗ୍ରାମର ଜଗା ସିଂ ଶ୍ୟାମସୁନ୍ଦର ପଂଚାୟତ ଅଧିନ ରଙ୍ଗାମାଟିଆ ହାତୀଖୋଲିଆ ଅଂଚଳର ରମାକାନ୍ତ ଦେହୁରୀଙ୍କ ଝିଅ ସବିତା କୁ ବିବାହ କରିଥିଲା। ପରେ ଜଗା ତାଙ୍କ ସ୍ତ୍ରୀକୁ ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିଲା । ସବିତା ବାପ ଘରକୁ ଯାଇ ଥିବାବେଳେ ଜାଗା ତାଙ୍କ ସହଯୋଗୀ ଙ୍କ ସହ ହାତୀଖୋଲିଆ ଅଞ୍ଚଳକୁ ଯାଇ ତାଙ୍କୁ ମାରଧର କରିବା ସହ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଏନେଇ ନୀଳଗିରି ଥାନା ପୋଲିସ ୪୭୮,୩୨୩,୩୦୭,୫୦୬,୩୪ ଆଇପିସି ରେ ୧୭୧ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି।ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।

   ସମ୍ବନ୍ଧିତ ଖବର


ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଓଲଟି ପଡ଼ିଲା ୧୪ ଚକିଆ ଟ୍ରକ୍, ଦୁଇ ବାଇକ୍‌ ଆରୋହୀ ଗୁରୁତର

ଆଜିଠୁ ଉପକୂଳରେ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ…

ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ