PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ଘର ଭିତରୁ ଯୁବକ- ଯୁବତୀଙ୍କ ମୃତଦେହ ଠାବ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ଯୁବତୀଙ୍କ ମାମୁ, ଖିଅ ଖୋଜୁଛି ପୁଲିସ

ଗୋଷାଣି,୦୯/୦୩: ଆରିବା ଗାଁରେ ରକ୍ତାକ୍ତ ଅବସ୍ଥାରେ ଦୁଇ ଯୁବକ ଯୁବତୀଙ୍କ ମୃତଦେହ ଠାବ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏମାନଙ୍କୁ ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ଘଟଣା ସ୍ଥଳରେ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି କହିଛି ପୁଲିସ ।

ଆରିବା ଗାଁର ଏସ୍‌.ଦିଲେଶ୍ୱରୀ ଏବଂ ପି.ତିଲୁରୁ ଶ୍ରୀନଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିବା କୁହାଯାଉଛି । ୨୧ ବର୍ଷିୟା ଦିଲେଶ୍ୱରୀଙ୍କ ବାହାଘର ପରିବାର ଲୋକ ଅନ୍ୟତ୍ର ଠିକ୍‌ କରିଥିବା ବେଳେ ଆଉ ଦୁଇଦିନ ପରେ ତାଙ୍କ ବାହାଘର ହୋଇଥାନ୍ତା । ରବିବାର ଦିଲେଶ୍ୱରୀଙ୍କ ବାପା ଏସ୍‌.ବାବୁ ରାଓ ଓ ମାଆ ବିରି ତୋଳିବାକୁ ଜମିକୁ ଯାଇଥିଲେ । ସନ୍ଧ୍ୟାରେ ଫେରି ଏହି ଦୁହିଁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ କାନ୍ଦଶୁଣି ପଡ଼ୋଶୀ ଘରେ ପହଞ୍ଚିଥିଲେ । ଏ ନେଇ ଖବର ଦେବାପରେ ପୁଲିସ ଆସି ଦୁଇ ମୃତଦେହକୁ ଜବତ କରିଥିବା ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପି.ସନ୍‌ମୁଖ ରାଓ କହିଛନ୍ତି ।

ଶ୍ରୀନୁର ପରିବାର ଲୋକ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲିଯାଇଥିବା ବେଳେ ସେ ଘରେ ଏକା ରହି ଅଟୋ ଚଳାଉଥିଲେ । ତେଣୁ ଶ୍ରୀନୁଙ୍କ ପରିବାର ଲୋକଙ୍କ ମତାମତ ମିଳିପାରିନାହିଁ । ସେପଟେ ଦିଲେଶ୍ୱରୀଙ୍କ ମାମୁ ଏସ୍‌.ବାଲାରାଜୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଯିଏ ଦୋଷୀ ଥାଉନା କାହିଁକି ତାକୁ ଉଚିତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।

ସୋମବାର ଗୁରାଣ୍ଡି ଥାନା ଏସ୍‌ଆଇ ଲୋକନାଥ ବେହେରା, ଏଏସ୍‌ଆଇ ଅଭିମନ୍ୟୁ ପୋଲାଇ, ୫ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ପହଞ୍ଚି ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଗୋଷାଣି ଅତିରିକ୍ତ ତହସିଲଦାର ବୀପିନ୍‌ ଲିମାଙ୍କ ଉପସ୍ଥିତିରେ ମୃତଦେହ ଦୁଇଟିର ପଞ୍ଚନାମା କରାଯିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ଦୁଇଜଣଙ୍କ ବେକ କଟି ଅତ୍ୟଧିକ ରକ୍ତସ୍ରାବ ହେତୁ ଦୁହିଁଙ୍କ ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ମତାମତ ମିଳିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି କହିଛନ୍ତି । ତେବେ ଗୁରାଣ୍ଡି ଥାନା ପୁଲିସ ଏହି ଘଟଣାରେ ୦୨/୨୦୨୧ରେ ଏମ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରୁଥିବା ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଅଭିମନ୍ୟୁ ପୋଲାଇ କହିଛନ୍ତି ।