ବିବାହିତା ମହିଳାଙ୍କୁ ବଳାତ୍କାର- ଫଟୋ ଭାଇରାଲ୍‌, ଯୁବକ ଗିରଫ

ରାଇରଙ୍ଗପୁର, : ବିବାହିତା ମହିଳାଙ୍କୁ ବଳାତ୍କାର କରି ଫଟୋ ଭାଇରାଲ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଅଭିଯୁକ୍ତକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଜଣଙ୍କ ହେଲେ ମଣ୍ଟୁ ଓରଫ ସୁନୀଲ

କାରୁଆ ।ସୂଚନା ଅନୁଯାୟୀ ବହଳଦା ଥାନା ବାସିଙ୍ଗ ଗ୍ରାମରେ ଜନୈକ ମହିଳାଙ୍କ ସ୍ୱାମୀର ସାଙ୍ଗ ଘରକୁ ନିୟମିତ ଭାବେ ଯିବା ଆସିବା କରୁ ଥିଲା । ବହୁ ସମୟରେ ମହିଳାଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ବଳାତ୍କାର କରୁଥିଲା ଓ କିଛି ଅଶ୍ଲୀଳ ଫଟୋ ଉଠାଇ ତାକୁ ଭାଇରାଲ କରୁଥିବା ସହ ହତ୍ୟା ଧମକ୍‌ ମଧ୍ୟ ଦେଇ ଆସୁଥିଲା । ଚଳିତ ମାସ ୧୮ ତାରିଖରେ ବିଜାତଳା ବ୍ଳକ ବଡ ଚମ୍ପାଉଦା ଗାଁ କୁ ମହିଳା ଜଣଙ୍କ ନିଜ ବନ୍ଧୁ ଘରକୁ ଆସିଥିଲା । ତେବେ ଉକ୍ତ ଯୁବକ ଜଣକ ବନ୍ଧୁ ଘରେ ପହଞ୍ଚି ଧମକ ଚମକ ଦେବା ସହତ ମାନସିକ ନିର୍ଯାତନା ଦେଇଥିଲା ।

ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରଥିିଲେ । ଥାନାରେ କେସ ନଂ୯୨/୨୦ରେ ମାମଲା ରୁଜୁ ହୋଇଥିଲା ।ମହିଳାର ଡାକ୍ତରୀ ପରୀକ୍ଷା ହୋଇଥିବା ବେଳେ ତଦନ୍ତ ଚାଲିଥିବା ଥାନାଧିକାରୀ  କହିଛନ୍ତି ।

   ସମ୍ବନ୍ଧିତ ଖବର


କଟକରେ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ରେ ଲେଡି ଅଫିସର ନୀଳିମା ଲିଙ୍କ୍‌- ଲାଲା ସହ ଲୁଟ୍ ସମ୍ପତ୍ତିରେ କରୁଥିଲା..

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ