ପରକୀୟା ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ

attack mada

ଜଳେଶ୍ୱର: ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତ କୁସୁମସାହି ଗ୍ରାମରେ ପରକୀୟା ସନ୍ଦେହରେ ଗ୍ରାମବାସୀ ଓ ମହିଳା ସଙ୍ଘର କର୍ମକର୍ତ୍ତାମାନେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାରୁ ପ୍ରକାଶ³ ସେହି ଗ୍ରାମର ଜଣେ ବିବାହିତ ମହିଳାଙ୍କ ସ୍ୱାମୀ ବାହାରେ ରହି କାମ କରନ୍ତି । ସଂପୃକ୍ତ ମହିଳା ତାଙ୍କର ଦୁଇ ପିଲାଙ୍କୁ ନେଇ ଉକ୍ତ ଗ୍ରାମରେ ରହୁଥିଲେ । ସେହି ଗ୍ରାମର ବାବୁ ବିନ୍ଧାଣୀ ସମୟ ସମୟରେ ଉକ୍ତ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲା । ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା

 ବୋଲି ଗ୍ରାମବାସୀମାନେ ସନ୍ଦେହ କରୁଥିଲେ । ରବିବାର ରାତିରେ ବାବୁ ବିନ୍ଧାଣୀ ଉକ୍ତ ମହିଳାଙ୍କ ଘରକୁ ଆସିଥିବା ବେଳେ ଗ୍ରାମବାସୀ ଓ ମହିଳା ସଙ୍ଘର କର୍ମକର୍ତ୍ତାମାନେ ଉଭୟଙ୍କୁ ଧରିଥିଲେ । ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ଅଟକ ରଖିବା ସହ ଯୁବକକୁ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ଖବର ଲେଖା ହେଲା ବେଳକୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲା । ମାତ୍ର ଏହି ଘଟଣା ସମ୍ପର୍କରେ ଉକ୍ତ ମହିଳା ନିଜ ପିଲାର ଦେହ ଖରାପ ଥିବାରୁ ବାବୁ ବିନ୍ଧାଣୀଙ୍କୁ ତାଙ୍କ ଘରକୁ ଡାକିଥିଲେ ବୋଲି ସଫେଇ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ନାବାଳିକାଙ୍କୁ ନିଜ ଘରେ ଦୁଷ୍କର୍ମ – ଅଭିଯୁକ୍ତ ଫେରାର

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ