PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବିବାହ ପାଇଁ ବନ୍ଧୁ ଘରକୁ ନିମନ୍ତ୍ରଣ ଦେବାକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ

ମୁନିଗୁଡା,୧୮।୧ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଥିଲା। ଯୁବକ ନିଜେ ବନ୍ଧୁବାନ୍ଧବ ଘରକୁ ଯାଇ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଉଥିଲା।  ଘରେ ହସଖୁସିର ମାହୋଲ ସୃଷ୍ଟି ହୋଇଥିଲା। କିନ୍ତୁ ସବୁ ରହିଗଲା ଅଧୁରା। ବିଧିର ବିଧାନକୁ ଆଉ କିଛି ମଞ୍ଜୁର ଥିଲା। ହସଖୁସିର ମାହୋଲରେ ପଡିଥିଲା ଦୁଃଖର କଳା ବାଦଲ।   ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ।  ଏଭଳି ଏକ ଦୁଃଖଦ ଘଟଣା ଅମ୍ବାଦଳା ଗାଁରେ ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ନବୀନ କୁମାର ନାୟକ  ।ଅମ୍ବାଦଳା ଥାନା ବିଜିପୁର ଛକ ନିକଟରେ ଦୁର୍ଘଟଣା ଘଟିଛି। ।

ନବୀନ ନିଜ ବିବାହର ନିମନ୍ତ୍ରଣ ଦେବାକୁ ଆମ୍ବଦଳା ଗାଁରେ ଥିବା ବନ୍ଧୁ ଘରକୁ ଆସିଥଲେ। ସେଠାରୁ ନିଜ ଗାଁକୁ ବାଇକରେ ଫେରୁଥିବା ବେଳେ  ଅମ୍ବାଦଳା ଥାନା ବିଜିପୁର ଛକ ନିକଟରେ ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ନବୀନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର