ଏମିତି ବି ଆସେ ମୃତ୍ୟୁ: ଜେଜେ ମାଆ ଶୁଦ୍ଧିକ୍ରିୟାରେ ଆଖି ବୁଜିଲେ ନାତି

ବାସୁଦେବପୁର,୧୯: ଜେଜେ ମାଆଙ୍କ ଶୁଦ୍ଧିକ୍ରିୟାରେ ଆଖି ବୁଜିଲେ ନାତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ବାଷଠି ଗ୍ରାମରେ । ଗାଁର ଗୋବିନ୍ଦ ଷେଣ୍ଢଙ୍କ ପୁଅ ସୁମନ ଗୌରବ (୧୬) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ଜେଜେ ମା’ଙ୍କ ଦଶାହ କର୍ମ ଥିଲା । ପରିବାର ଲୋକଙ୍କ ସମେତ ଅନ୍ୟ କୁଟୁମ୍ବମାନେ ଗାଁର ହୁରସା ପୋଖରୀ ଆଡ଼ିରେ ବସି କ୍ଷର ହେଉଥିଲେ । ସୁମନ ଓ ଦୁଇ ଜଣ ସମ୍ପର୍କୀୟ ଭାଇ ନଣ୍ଡା ହେବା ପରେ ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀ ତୁଠରେ ସୁମନ ଗାଧୋଉ ଥିବା ବେଳେ ଅନ୍ୟ ଦୁଇ ଭାଇ ପୋଖରୀ ଆର ପାଖରେ ଛିଡ଼ା ହୋଇଥିଲେ । ସୁମନଙ୍କ ଗୋଡ଼ ଖସିଯାଇଥିଲା । ଚାହୁଁ ଚାହୁଁ ସୁମନ ଉକ୍ତ ପୋଖରୀରେ ବୁଡ଼ି ଯାଇଥିଲେ । ଅନ୍ୟ ଦୁଇ ଭାଇ ସୁମନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପୋଖରୀ ଭିତରୁ ସୁମନଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ସୁମନଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଥିଲା । ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରକାଶ ଥାଉକି, ସୁମନ ଚଳିତ ମାଟ୍ରିକ୍‌ ପରିକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ବେଳେ ସେ ବାଲେଶ୍ୱର ମହାବିଦ୍ୟାଳୟରେ ନାମ ଲେଖାଇଥିଲେ।

   ସମ୍ବନ୍ଧିତ ଖବର


ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

‘ସରକାର ସମସ୍ତଙ୍କ ଦୁଃଖ ବୁଝିଲେ, ଆମ ଦୁଃଖ ବୁଝନ୍ତୁ’

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହ , ଦାବି ପୂରଣ ନହେଲେ ସବୁ ଅଚଳ କରିବାକୁ ଚେତାବନୀ…