PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଜଗତସିଂହପୁରର ଯୁବତୀଙ୍କୁ ରାଜଧାନୀରେ ୧୫ ଦିନ ଧରି ଦୁଷ୍କର୍ମ: ବ୍ଲାକ୍‌ମେଲ୍‌ ସହ ହତ୍ୟା ଧମକ ଦେଉଥିଲା ଅଭିଯୁକ୍ତ, ବାନ୍ଧିଲା ପୁଲିସ

Freepik

ଜଗତସିଂହପୁର,୨୮/୦୨: ଜଗତସିଂହପୁରର ଜଣେ ଯୁବତୀଙ୍କୁ ଘରୁ ଉଠାଇ ନେଇ ଭୁବନେଶ୍ୱର ପଟିଆର ଏକ ଘରେ ୧୫ ଦିନ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ସେପ୍ଟେମ୍ବର ମାସରେ ଯୁବତୀଙ୍କୁ ଜଗତସିଂହପୁରରେ ଆଣି ଛାଡ଼ିଦେଇଥିଲେ ହେଁ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ଧମକ ଦିଆଯାଇଥିଲା । କିଛି ଷ୍ଟାମ୍ପ୍‌ ପେପରରେ ତାଙ୍କଠାରୁ ଦସ୍ତଖତ ବି ନିଆଯାଇଥିଲା । ଅଶ୍ଲୀଳ ଫଟୋ ଦେଖାଇ ୫ ଲକ୍ଷ ଟଙ୍କା ଆଣିବାକୁ କୁହାଯାଇଥିଲା । ଟଙ୍କା ନଆଣିଲେ ଫଟୋ ଭାଇରାଲ୍‌ କରିବା ସହ ପରିବାରକୁ ମାରିଦେବାର ଧମକ ଦିଆଯାଇଥିଲା । ଅଭିଯୁକ୍ତ କବଳରୁ ଖସି ଜଗତସିଂହପୁର ଥାନାରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଅଭିଯୋଗକୁ ଭିତ୍ତିକରି ଜଗତସିଂହପୁର ପୁଲିସ ଡିଙ୍ଗେଶ୍ୱର ଗ୍ରାମର ଆଲୋକ ଦାସକୁ ଗିରଫ କରିଛି ।

୨୦୨୦ ମସିହା ଅଗଷ୍ଟ ମାସ ୧୭ ତାରିଖ ବିଳମ୍ବିତ ରାତିରେ ଡିଙ୍ଗେଶ୍ୱର ଗ୍ରାମର ଆଲୋକ ଦାସ ନିଜର ଦୁଇ ଜଣ ସହଯୋଗୀଙ୍କ ସହାୟତାରେ ଜଗତସିଂହପୁର ଥାନା ଅଞ୍ଚଳର ସଂପୃକ୍ତା ଯୁବତୀଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲେ । ଏମାନେ ଛୁରି ଓ ଭୁଜାଲି ଦେଖାଇ ବାଇକ୍‌ରେ ଯୁବତୀଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଯାଇଥିଲେ । ପରେ ଆଲୋକ ଭୁବନେଶ୍ୱରର ପଟିଆରେ ଥିବା ରାଜସ୍ମିତା ପରିଜାଙ୍କ ଭଡ଼ା ଘରେ ସଂପୃକ୍ତା ଯୁବତୀଙ୍କୁ ୧୫ ଦିନ ଧରି ରଖି ଦୁଷ୍କର୍ମ କରିଥିଲା । ସେଠାରୁ ଫେରିବା ପରେ ଆଲୋକ ସଂପୃକ୍ତା ଯୁବତୀଙ୍କୁ ନିଜ ଘର ଡିଙ୍ଗେଶ୍ୱରରେ ରଖାଇ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲା ।

୨୦୨୦ ମସିହା ଡିସେମ୍ବର ମାସ ୨୦ ତାରିଖରେ ନିଜ ଘରକୁ ଫୋନ୍‌ କରିଥିଲେ ସଂପକ୍ତା ଯୁବତୀ । ଝିଅର ଖୋଜ ଖବର ପାଇ ତା’ ପରଦିନ ମା’ ଓ ମାମୁ ଥାନାକୁ ସବିଶେଷ ସୂଚନା ଜଣାଇ ଡିଙ୍ଗେଶ୍ୱର ଆସିଥିଲେ । ହେଲେ ଅଶ୍ଳୀଳ ଫଟୋକୁ ଭାଇରାଲ୍ କରିବା ସହ ପୂରା ପରିବାରକୁ ଶେଷ କରିଦେବାର ଧମକ ଦେଇଥିଲା ଆଲୋକ । ତେଣୁ ପରିବାରର ଇଜ୍ଜତ ଓ ନିଜ ଜୀବନ ପ୍ରତି ବିପଦ ରହୁଥିବାରୁ ଯୁବତୀ ସେଦିନ ନିଜ ମା’ ଓ ମାମୁଙ୍କ ସହ ଘରକୁ ଫେରିବାକୁ ରାଜି ହୋଇ ନଥିଲେ । ଆଲୋକର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଥିବା ସଂପୃକ୍ତା ଯୁବତୀ ଗତ ୨୪ ତାରିଖ ସନ୍ଧ୍ୟା ୭ଟାରେ ଜଣେ ଅନ୍ୟ ଲୋକଙ୍କ ମୋବାଇଲ ଫୋନ୍‌ରେ ନିଜ ମା’ଙ୍କୁ ଯୋଗାଯୋଗ କରିଥିଲେ । ଝିଅର ଜୀବନ ପ୍ରତି ବିପଦ ଥିବାରୁ ମା’ ତୁରନ୍ତ ଡିଙ୍ଗେଶ୍ୱର ଯାଇଥିଲେ ଏବଂ ଝିଅକୁ ଉଦ୍ଧାର କରିଥିଲେ । ଆଲୋକଙ୍କ କବଳରୁ ମୁକୁଳିବା ପରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତା ପୀଡ଼ିତା ।‌

ସମ୍ବନ୍ଧିତ ଖବର