ପ୍ରେମରେ ଧୋକ୍କା ଖାଇ ପ୍ରେମିକ କଲେ ବ୍ଲାକମେଲିଂ: ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇବାରୁ ଥାନାରେ ଅଭିଯୋଗ

ଚନ୍ଦ୍ରଶେଖରପୁର,୨୯/୦୮: ଯୁବତୀଙ୍କୁ ମୋବାଇଲରେ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲିଂ କରୁଥିବା ଜଣେ ଯୁବକ ନାମରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ଶୈଳଶ୍ରୀ ବିହାରରେ ରହୁଥିବା ଯୁବତୀ କିଛି ଦିନ ତଳେ ଫେସବୁକରେ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।

ଏମିତି ମିଳାମିଶା କରିବା ପରେ ଯୁବତୀଙ୍କର କିଛି ଅଶ୍ଳିଳ ଫଟୋ ଉଠାଇ ଦେଇଥିଲେ ଯୁବକ । ପରେ ବଚସା ହେବାରୁ ସେ ଫଟୋକୁ ଦେଖାଇ ଯୁବକ ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରୁଥିଲେ । ଯୁବତୀ ଜଣଙ୍କ କିଛି ଉପାୟ ନପାଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏତାଲା ରଖି ତଦନ୍ତ କରୁଛି ।