ଷ୍ଟାଚ୍ଯୁ ଅଫ ଲିବର୍ଟି ଉପରେ ଚଢିଥିବା ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଦଣ୍ଡ ଶୁଣାଇବା ପୂର୍ବରୁ ମୂର୍ତ୍ତି ଉପରେ ଚଢିବେ ଜଜ୍

source:www.makers.com
ୱାସିଂଟନ ୨୪/୨: ଆମେରିକାର ଏକ ସଂଘୀୟ ଅଦାଲତର ଜଜ୍ ଷ୍ଟାଚ୍ୟୁ ଅଫ ଲିବର୍ଟି ଉପରେ ଚଢିବେ । ଏହାର କାରଣ କଣ ଜାଣିଛନ୍ତି କି ? ଷ୍ଟାଚ୍ଯୁ ଅଫ ଲିବର୍ଟି ଉପରେ ଅବୈଧ ରୂପେ ଚଢିଥିବା ଜଣେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଦଣ୍ଡ ଶୁଣାଇବା ପୂର୍ବରୁ ଜଜ୍ ମଧ୍ଯ ଏହି ଐତିହାସିକ ସ୍ମାରକ ଉପରେ ଚଢିବେ ।
କହିରଖୁଛୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୁଦ୍ଧରେ ଗତ ବର୍ଷ ଜଣେ ମହିଳା ଷ୍ଟାଚ୍ଯୁ ଅଫ ଲିବର୍ଟିର ପ୍ଲାଟଫର୍ମ ଉପରେ ଚଢି ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ଜଜ୍ ତାଙ୍କ ବିରୁଦ୍ଧରେ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ନିଜେ ପ୍ଲାଟଫର୍ମ ଉପରେ ଚଢିବାକୁ ନିଷ୍ପତ୍ତି ନେଲେ ।
ଜଷ୍ଟିସ୍ ଗୈବ୍ରିଏଲ ଗୋରେନଷ୍ଟିନ୍ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ସରକାରଙ୍କଠୁ ଏହି ମୂର୍ତ୍ତ ଉପରେ ଚଢିବା ପାଇଁ ଅନୁମତି ମାଗିଥିଲେ । ନ୍ୟାସନାଲ ପାର୍ତ ସର୍ଭିସ୍ ତାଙ୍କୁ ଏହି ଅନୁମତି ଦେଇଦେଲେ । ଜଜଙ୍କ ମତାନୁସାରେ ମହିଳାଙ୍କୁ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ସେ ଚଢିଥିବା କାର୍ଯ୍ୟଟି କେତେ ବିପଦପୂର୍ଣ୍ଣ ଥିଲା ଏବଂ ସେ ଅନୁଭବ କରିଥିବା ପରିସ୍ଥିତିକୁ ବୁଝିବା ପାଇଁ ସେହି ପ୍ରତିମା ଉପରେ ଚଢିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ସିଢି ମଧ୍ଯ ମଗାଇଥିଲେ । ଯଦି ଓକିଲ ଚାହିଁବେ ତେବେ ସେ ମଧ୍ଯ ଜଜଙ୍କ ସହିତ ଷ୍ଟାଚ୍ଯୁ ଅଫ ଲିବର୍ଟି ଉପରେ ଚଢିପାରିବେ । କହିରଖୁଛୁ ଏହି ମହିଳା ବିକ୍ଷୋଭ ପ୍ରଦର୍ଶନକାରୀ ଆମେରିକାର ସ୍ୱାଧୀନତା ଦିବସ ୪ ଜୁଲାଇ ୨୦୧୮ରେ ମୂର୍ତ୍ତି ଉପରେ ଚଢି ବିକ୍ଷୋଭ କରିଥିଲେ ।