ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଜୁଏଲ୍ ଓରାମ

ନୂଆଦିଲ୍ଲୀ – ମୋଦୀ ସରକାର ପାର୍ଲାମେଣ୍ଟର ଅନେକ କମିଟିର ସଦସ୍ୟ ଓ ଏହାର ଅଧ୍ୟକ୍ଷଙ୍କ ନାମ ପ୍ରକାଶ କରିଛନ୍ତି । ଏଥିରେ ଓଡ଼ିଶାର ଅନେକ ସାଂସଦ ସ୍ଥାନ ପାଇଛନ୍ତି । ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଭାବେ ଜୁଏଲ୍‌ ଓରାମଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଭର୍ତ୍ତୃହରି ମହତାବଙ୍କୁ ଶ୍ରମ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ପରିବହନ , ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ପ୍ରସନ୍ନ ଆଚର୍ଯ୍ୟ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ପର୍ସୋନେଲ୍, ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ ସଂସଦୀୟ କମିଟିରେ ସୁରେଶ ପୂଜାରୀ ସ୍ଥାନ ପାଇଛନ୍ତି ।

ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଭାବେ ଜୁଏଲ୍ ଓରାମ ନିଯୁକ୍ତି ପାଇଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି କମିଟିର ସଦସ୍ୟ ରହିଛନ୍ତି । ଓଡିଶାର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ବି ଏହି କମିଟିର ସଦସ୍ୟ ଅଛନ୍ତି ।

ବୈଦେଶିକ ବ୍ୟାପାରର ସଂସଦୀୟ କମିଟିର ସଦସ୍ୟ ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଚୟନ କରାଯାଇଥିବା ବେଳେ ସାଂସଦ ରଘୁନାଥ ମହାପାତ୍ରଙ୍କୁ ଶ୍ରମ କମିଟିର ସଦସ୍ୟ ଭାବେ ଚୟନ କରାଯାଇଛି । ଶ୍ରମ କମିଟିର ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତି ଦିଆଯାଇଛି ।

ଅର୍ଥ ବିଭାଗର ସସଂଦୀୟ କମିଟିରେ ସାଂସଦ ଅମର ପଟ୍ଟନାୟକଙ୍କୁ ସଦସ୍ୟ ଚୟନ କରାଯାଇଛି।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ