କୁଖ୍ୟାତ ଅପରାଧୀ ଜୁଗା ଖାଁ ଗିରଫ

କଟକ, ୨୩/ ୦୨: କୁଖ୍ୟାତ ଅପରାଧୀ ଜୁଗା ଖାଁ ଗିରଫ। କଟକ ସଦର ଥାନା ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା ଜୁଗା। ଦାଦାବଟି ଆଦାୟ କରିବା ଅଭିଯୋଗରେ ତାକୁ କଟକ ସଦର ପୁଲିସ ଉଠାଇ ଆଣିଥିଲା। କିନ୍ତୁ ଥାନାରେ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲା ଏହି ଅଭିଯୁକ୍ତ।
ଜୁଗା ନାମରେ ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା। ୨୦୧୮ ମସିହାରେ ଜୁଗା ଖାଁ ପୁଲିସ ଏନ୍କାଉଣ୍ଟର କରିବା ସହ ଗିରଫ କରିଥିଲା। ଜେଲ୍ରୁ ବାହାରିବା ପରେ ପୁଣି ଆରମ୍ଭ କରିଥିଲା ଦାଦାବଟି ଆଦାୟ। ପୁଣି ଜୁଗାକୁ କଟକ ପୁଳଇସ ଗିରଫ କରିଥିଲା। ହେଲେ ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ପୁଣି ଗିରଫ କରିଛି।