PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ବିରୁଦ୍ଧରେ ହାରାସମେଣ୍ଟ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

ନୁଆଦିଲ୍ଲୀ ୨୬/୮: ଏବେ ସୋସିଆଲ ମିଡିଆ ଏମିତି ଏକ ମାଧ୍ଯମ ପାଲଟିଯାଇଛି ଯାହା ଯୁବପିଢୀଙ୍କୁ ନିଜ ଟାଲେଣ୍ଟ ଦେଖାଇବା  ପାଇଁ ସୁଯୋଗ ଦେଉଛି । ଏହା ସହିତ କୌଣସି ବିପରୀତ ପରିସ୍ଥିତିରେ ସାହାରା ଦେବାପାଇଁ ମଧ୍ଯ ସୋସିଆଲ ମିଡିଆ ମୁଖ୍ୟ ଭୂମିକା ନେଇଛି । ଏବେ ଜଣେ ଟିଭି ଅଭିନେତ୍ରୀ ନିଜ ସହିତ ହୋଇଥିବା ନିର୍ଯାତନା ସମ୍ପର୍କରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାଂଲା ଟେଲିଭିଜନ ଅଭିନେତ୍ରୀ ସେନଗୁପ୍ତା ଅଭିଯୋଗ ଆଣିଛନ୍ତି ଯେ କୋଲକାତା ସ୍ଥିତ ଏକ ପେଟ୍ରୋଲ ପମ୍ପର କର୍ମଚାରୀ ତାଙ୍କୁ ଏବଂ ତାଙ୍କ ପିତା-ମାତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି । ଜଣେ ଅଧିକାରୀ ସୋମବାର ଏନେଇ ସୂଚନା ଦେଇ କହିଛନ୍ତି ଯେ ଏହି ମାମଲାକୁ ପୋଲିସ ହସ୍ତକ୍ଷେପ କରି ବୁଝାମଣା ମାଧ୍ଯମରେ ତୁଲାଇ ଦେଇଛି । ତେବେ ଭାଇରାଲ ହୋଇଥିବା ଭିଡିଓଟି ଦେଖନ୍ତୁ…

ଋବି କ୍ରସିଂ ନିକଟରେ ଥିବା ପେଟ୍ରୋଲ ପମ୍ପରେ ସେନଗୁପ୍ତା ଓ ତାଙ୍କ ପିତା-ମାତା ରବିବାର ସକାଳେ ଅଟକିଥିଲେ । ସେନଗୁପ୍ତା କହିଛନ୍ତି ଯେ ପେଟ୍ରୋଲ ପମ୍ପର ଷ୍ଟାଫଙ୍କୁ ୧୫୦୦ ଟଙ୍କାର ତେଲ ଭରିବା ପାଇଁ ସେ କହିଥିଲେ କିନ୍ତୁ ସେ ୩ ହଜାର ଟଙ୍କାର ତେଲ ପକାଇଦେଲା ।

ଅଭିନେତ୍ରୀ କହିଛନ୍ତି ଯେ ଯେତେବେଳେ ତାଙ୍କ ପିତା ଏସମ୍ପର୍କରେ ପଚାରିଲେ ଏହାପରେ ବିବାଦ ହୋଇଗଲା ଏବଂ ସେ ତାଙ୍କ ପିତାଙ୍କୁ ଧକ୍କା ମାରିଲା । ଷ୍ଟାଫ୍ ଜଣକ ତାଙ୍କ କାର୍ ଚାବି ମଧ୍ଯ ଛଡାଇନେଲା । ପୋଲିସକୁ ଫୋନ୍ କରିବା ପରେ ପୋଲିସ ଆସି ପହଞ୍ଚିଥିଲା ଏବଂ ସେଠାରେ ଥିବା ସିସିଟିଭି ଫୁଟେଜକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଏହା ପରେ ଉଭୟ ପକ୍ଷ ପୋଲିସ ଷ୍ଟେସନ ଯାଇଥିଲେ । ୨ ପକ୍ଷଙ୍କ ମଧ୍ୟରେ ଆଲୋଚନା ମାଧ୍ଯମରେ ବୁଝାମଣା କରିଥିଲା ପୋଲିସ । ଏହା ପରେ ମାମଲା ତୁଟିଥିଲା ଏବଂ କୌଣସି ପକ୍ଷରୁ ଅଭିଯୋଗ ହୋଇନଥିଲା ।