ଜମ୍ପିଂ ଜ୍ୟାକ୍ ,ଫ୍ରଗ୍ ଜମ୍ପିଂ : ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେବା ପାଇଁ ଇନ୍ଦୋର ପୁଲିସର ସ୍ବତନ୍ତ୍ର କୌଶଳ

ଇନ୍ଦୋର ୨୨/୪ : କରୋନା ଭାଇରସ ମହାମାରୀକୁ ନେଇ ଦେଶ ସାରା ଚାଲିଛି ଲକ୍ ଡାଉନ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ । ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି। ପୁଲିସମାନେ ଦିନ ରାତି ୨୪ଘଣ୍ଟା ସଜାଗ ରହି ଲୋକଙ୍କୁ ସୁରକ୍ଷା ଓ ସଚେତନ କରୁଛନ୍ତି। କିନ୍ତୁ ଦେଖିବାକୁ ମିଳିଛି କିଛି ଲୋକ ଦେଶରେ ଜାରି ହୋଇଥିବା ଏହି ଲକ୍ ଡାଉନ ନିୟମକୁ ମାନୁ ନାହାଁନ୍ତି। ଏମିତି ଏକ ଭିଡିଓ ଭାଇରାଲ ହୋଇଛି । ନିୟମ ଉଲ୍ଲଘଂନକାରୀଙ୍କୁ ପୁଲିସ ଦଣ୍ଡ ସ୍ବରୂପ ସ୍ବତନ୍ତ୍ର ପ୍ରକାରର exercise କରାଇଛି ।

ନ୍ୟୁଜ୍ ଏଜେନ୍ସି ANI ଦ୍ବାରା ସେୟାର ହୋଇଥିବା ଏହି ଭିଡିଓଟି ଇନ୍ଦୋରର । ଏଥିରେ ନଜର ଆସୁଛି, ଯେଉଁମାନେ ଲକଡାଉନକୁ ଅପବ୍ୟବହାର କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବା ପାଇଁ ଇନ୍ଦୋର ପୁଲିସ ଏକ ନୂତନ ଉପାୟ ଆପଣାଇଛି। ପୁଲିସ୍ କର୍ମଚାରୀମାନେ ଉଲ୍ଲଂଘନକାରୀଙ୍କୁ ଘେରି ରହି ସେମାନଙ୍କୁ ବ୍ୟାୟାମ କରାଉଛନ୍ତି।

ଡେଇଁବା ଜ୍ୟାକ୍ ଠାରୁ ଆରମ୍ଭ କରି ବେଙ୍ଗ ଜମ୍ପ ପର୍ଯ୍ୟନ୍ତ ଏମିତି ଭାବେ ବ୍ୟାୟାମ କରାଇଛି ପୁଲିସ୍ । ଆଉ ନିୟମ ଉଲ୍ଲଂଘନକାରୀମାନେ ଏହି ବ୍ୟାୟାମ ଦ୍ବାରା ଉଚିତ ଶିକ୍ଷା ନେଇ ଘରକୁ ଯିବେ ଏବଂ ଲକଡାଉନ୍ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବେ ବୋଲି ପୁଲିସ କହିଛି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’