PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରହସ୍ୟରେ ରହିଗଲା ମା-ଝିଅ ନିଖୋଜ ଘଟଣା: ମାସକ ପରେ ବି ମହାନଦୀରୁ ମିଳିଲାନି ଚିହ୍ନବର୍ଣ୍ଣ, ହାତ ଟେକିଦେଲା ପୁଲିସ୍‌

ସମ୍ବଲପୁର ୦୭/୦୮: ଚାଉଁରପୁର ମହାନଦୀ ଦ୍ୱିତୀୟ ପୋଲ ଉପରୁ ବହୁଚର୍ଚ୍ଚିତ ମା-ଝିଅ ନିଖୋଜ ଘଟଣାକୁ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କର ଚିହ୍ନବର୍ଣ୍ଣ ପାଇନି ପୁଲିସ । ଫଳରେ ସମ୍ପୁର୍ଣ୍ଣ ଘଟଣା ଏବେ ରହସ୍ୟ ଘେରକୁ ଠେଲି ହୋଇଯାଇଛି । ଗତ ଜୁନ ମାସ ୨୯ ତାରିଖ ଦିନ କେସିଙ୍ଗା ଅଞ୍ଚଳର ପୂଜା ଅଗ୍ରୱାଲ ତାଙ୍କ ୩ ବର୍ଷର ଝିଅକୁ ଆଣି ଧମା ସ୍ଥିତ ବାପଘରକୁ ଆସିଥିବା ବେଳେ ମହାନଦୀ ଦ୍ୱିତୀୟ ସେତୁ ଉପରୁ ରହସ୍ୟ ଜନକ ଭାବେ ତାଙ୍କର ସ୍କୁଟି ଏବଂ ଚପଲ ମିଳିଥିଲା । ପୂଜା ତାଙ୍କର ଝିଅକୁ ଧରି ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରିଥିଲା । ଏନେଇ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ ପ୍ରାୟ ୭୨ ଘଣ୍ଟା ପ୍ରର୍ଯ୍ୟନ୍ତ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲା ।

ସୂଚନା ଅନୁସାରେ ଧମା ଥାନା ଅଞ୍ଚଳର ପୂଜା ଅଗ୍ରୱାଲ ଗତ କିଛିବର୍ଷ ତଳେ କଳାହାଣ୍ଡି କେସିଙ୍ଗା ଅଞ୍ଚଳର ବରୁଣ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ତେବେ ଗତ ଜୁନ ମାସ ୨୨ ତାରିଖରେ ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଧମା ସ୍ଥିତ ନିଜ ବାପା ସରଜୁ ଅଗ୍ରୱାଲଙ୍କ ଘରକୁ ବୁଲି ଆସିଥିଲେ । ପରେ ୨୯ ତାରିଖ ଦିନ ସକାଳ ପ୍ରାୟ ୧୨ଟା ସମୟରେ ସେ ନିଜର ୩ ବର୍ଷର ଝିଅକୁ ପାଖ ମାର୍କେଟରେ ବୁଲାଇ ଆଣିବା କହି ସ୍କୁଟି ଧରି ବାହାରିଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରେ ତାଙ୍କର ସ୍କୁଟି ( ଓଡି-୧୫-କ୍ୟୁ-୩୫୫୬) ଏବଂ ହଳେ ଚପଲ ଟାଉନ ଥାନା ଅନ୍ତର୍ଗତ ମହାନଦୀ ଚାଉଁରପୁର ସେତୁ ଉପରୁ ସ୍ଥାନୀୟ ଲୋକେ ସନ୍ଦେହଜନକ ଭାବେ ଦେଖିବାକୁ ପାଇଥିଲେ। ପରେ ଟାଉନ ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିଲେ ମଧ୍ୟ କିଛି ଫଳ ମିଳିନଥିଲା । ପରଦିନ ଓଡ୍ରାଫ ମଧ୍ୟ ୨ ଦିନ ପର୍ଯ୍ୟନ୍ତ ଖୋଲିଥିଲେ ମଧ୍ୟ ମା ଏବଂ ଝିଅଙ୍କ ପତ୍ତା ମିଳିନଥିଲା ।

ଏପଟେ ଦୁଇଟି ପରିବାର ମଧ୍ୟ ବିବାଦ ବଢିଚାଲିଥିଲା । ଏପରିକି ପୂଜାଙ୍କ ମା ଧମା ଥାନାରେ ଏତଲା ଦେଇଥିବା ବେଳେ ବରୁଣ ମଧ୍ୟ କେସିଙ୍ଗା ଥାନାରେ ବାପା ଘର ନାଁରେ ଅନ୍‌ଲାଇନ୍‌ରେ ଏତଲା ଦେଇଥିଲେ । ତେବେ ଘଟଣାକୁ ପ୍ରାୟ ୧ ମାସ ଉପରେ ବିତିଯାଇଥିଲେ ମଧ୍ୟ ପୁଲିସ ବର୍ତ୍ତମାନ ସୁଦ୍ଧା ପୁରା ଘଟଣା ଚେର ସାମ୍ନାକୁ ଆଣିବାରେ ବିଫଳ ହୋଇଛି । ଏପରିକି ମାସ ବିତିଯାଇଥିଲେ ମଧ୍ୟ ପୂଜାଙ୍କ ପତ୍ତାପାଇ ପାରିନି ପୁଲିସ । ଫଳରେ ଦିନ ଗଡିବା ସଙ୍ଗେ ସଙ୍ଗେ ପୂଜା ଅଗ୍ରୱାଲ ନିଖୋଜ ଘଟଣାର ରହସ୍ୟ କ୍ରମଶ ବଢିବାରେ ଲାଗିଛି । ଏପରିକି ପୁଲିସର ତଦନ୍ତ ପକ୍ରିୟା ଉପରେ ପରିବାର ଲୋକ ସନ୍ଦେହ ପ୍ରକଟ କରିଛନ୍ତି ।