ସରିଲା ଅଭିନନ୍ଦନଙ୍କ ଡିବ୍ରିଫିଙ୍ଗ, ଏବେ ପରିବାର ସହ ୩ ସପ୍ତାହ ଛୁଟି ବିତାଇବେ

ନୂଆଦିଲ୍ଲୀ,୧୪।୩: ପାକିସ୍ତାନରେ ପଶି ତାଙ୍କର ଯୁଦ୍ଧ ବିମାନକୁ ନଷ୍ଟ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଡିବ୍ରିଫିଙ୍ଗ ଶେ​‌ଷ ହୋଇଛି। ଏହାପରେ ଏବେ ତାଙ୍କୁ ୩ ସପ୍ତାହର ଛୁଟି ନେବାକୁ ପରାମର୍ଶ ଦିଆଯାଇଛି। ଡିବ୍ରିଫିଙ୍ଗ ସମୟରେ ଅଭିନନ୍ଦନ ପାକିସ୍ତାନରେ ବନ୍ଦୀ ଥିବା ବେଳେ ନିଜର ଅନୁଭୂତି ସମ୍ପର୍କରେ ଶୁଣାଇଥିଲେ। ସେଠାରେ ତାଙ୍କୁ କିଭଳି ଭାବରେ ଅତ୍ୟାଧିକ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା ତାହା ମଧ୍ୟ ସେ ଏହି ସମୟରେ କହିଛନ୍ତି।

ପାକିସ୍ତାନରୁ ଫେରିବା ପରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଦିଲ୍ଲୀର ରିସର୍ଚ ଓ ରେଫରାଲ ହସ୍ପିଟାଲରେ ଚେକଅପ୍ ପାଇଁ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ୩ ସପ୍ତାହ ଛୁଟି ମିଳିଥିବାରୁ ପରିବାର ଲୋକଙ୍କ ସହ ଏବେ ସମୟ ବିତାଇବେ। ସେନା ହସ୍ପିଟାଲରେ ଚିକତ୍ସୀତ ହେଉଥିବା ସମୟରେ ପ୍ରତିରକ୍ଷା ମନ୍ତ୍ର ନିର୍ମଳା ସୀତାରମଣ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବଡ ନେତା ଓ ଅଧିକାରୀ ଅଭିନନ୍ଦନଙ୍କୁ ସାକ୍ଷାତ କରିଥିଲେ।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା