ଦକ୍ଷିଣ ପୋଲାଣ୍ଡରରେ୧୫୦ ନିୟୁତ ବର୍ଷ ତଳର ସମୁଦ୍ର ରାକ୍ଷସ ଆବିଷ୍କାର

ନୂଆଦିଲ୍ଲୀ ୭/୧୧: ଦକ୍ଷିଣ ପୋଲାଣ୍ଡର ଏକ ଗାଁ ନିକଟସ୍ଥ ମକା କ୍ଷେତରୁ ଗବେଷକମାନେ ୧୫୦ ନିୟୁତ ବର୍ଷ ତଳର ସମୁଦ୍ର ରାକ୍ଷସର ଜୀବାଶ୍ମ ଆବିଷ୍କାର କରିଛନ୍ତି । ଏହାର ନାଁ ପିଲୋସର । ଏଇଟି ଜୁରାସିକ୍‌ କାଳର ବୋଲି ଗବେଷକମାନେ ସ୍ଥାନୀୟ ଏକ ପତ୍ରିକାରେ ଉଲ୍ଲେଖ କରିଛନ୍ତି ।

ଏହାର ପାଟି ହାଡ଼ ପ୍ରାୟ ୮ ଫୁଟ ଲମ୍ବା ଏବଂ ଟାଇରାନୋସରସ୍‌ ରେକ୍ସଠାରୁ ଏହା ୪.୫ ଗୁଣ ଅଧିକ ଶକ୍ତିଶାଳୀ । ଏବର ଭୟଙ୍କର ତିମିଠାରୁ ଆକାରରେ ପିଲୋସର ଦୁଇ ଗୁଣ ବଢ଼ିପାରନ୍ତି । ଟନ୍‌ ଟନ୍‌ ଓଜନବିଶିଷ୍ଟ ଏହି ବିଶାଳ ଜୀବ ପାଣିର ଯେକୌଣସି ଜୀବକୁ ଖାଇପାରେ । ମିଳିଥିବା ଏହି ଜୀବାଶ୍ମର ଲମ୍ବ ପ୍ରାୟ ୩୩ ଫୁଟ ଲମ୍ବା । ପ୍ରାଚୀନ କୁମ୍ଭିର ଦାନ୍ତ ଓ କଇଁଛ ଖୋଳପା ଦ୍ୱାରା ଏହା ଆବୃତ୍ତ ହୋଇଛି । ଏହି ସ୍ଥାନଟି ତଟୀୟ ଓ ଖୋଲା ସମୁଦ୍ରରେ ବିଚରଣ କରୁଥିବା ସରିସୃପଙ୍କ ଜୀବାଶ୍ମ ପାଇଁ ପରିଚିତ ।