PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୨୨ ବର୍ଷ ପରେ ନ୍ୟାୟ, ଆଖି ବୁଜିସାରିଲେଣି ଆବେଦନକାରୀ

କଟକ: ହାଇକୋର୍ଟଙ୍କ ଆଦେଶ ଦେବାର ପାଖାପାଖି ଦୁଇ ଦଶନ୍ଧି (୧୭ ବର୍ଷ) ଏବଂ ସୁପ୍ରିମ୍‌କୋର୍ଟରେ ଏସ୍‌ଏଲ୍‌ପି ଖାରଜ ହେବାର ତିନି ବର୍ଷ ପରେ ବି ଜଣେ ଶିକ୍ଷକଙ୍କୁ ତାଙ୍କ ଅବସରକାଳୀନ ପ୍ରାପ୍ୟ ମିଳିଲା ନାହିଁ । ଇତିମଧ୍ୟରେ ଆବେଦନକାରୀ ଶିକ୍ଷକ ଆଖିବୁଜିସାରିଲେଣି । ୮୩ ବର୍ଷରେ ତାଙ୍କ ପତ୍ନୀ ଲଢୁଥିଲେ ମାମଲା । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଆବେଦନକାରିଣୀଙ୍କୁ ମାସକ ଭିତରେ ଅବସରକାଳୀନ ସବୁ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ ମାମଲା ରାୟ ପ୍ରକାଶ କରି ସରକାରୀ ଉଦାସୀନତାକୁ ତୀବ୍ର ଭର୍ତ୍ସନା କରିଛନ୍ତି । ସୁପ୍ରିମ୍‌କୋର୍ଟରେ ଏସ୍‌ଏଲ୍‌ପି ଖାରଜ ହେବାର ତିନି ବର୍ଷ ପର୍ଯ୍ୟନ୍ତ ଆଦେଶକୁ ଚାପି ରଖିବା ଏକ ଧର୍ତ୍ତବ୍ୟ ଅପରାଧ । ଯେଉଁ ଅଧିକାରୀମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି, କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ‘ଟାଇମ୍‌ ବାଉଣ୍ଡ୍‌ ଆଡଭାନ୍ସମେଣ୍ଟ ସ୍କେଲ୍‌’ ହାର୍‌ରେ ଦରମା ପାଇବା ଲାଗି ୧୯୯୯ ମସିହାରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।

୨୦୦୪ ମସିହାରେ ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବା ସହ ଆବେଦନକାରୀ ଚାକିରି କାଳ ୧୫ବର୍ଷ ପୂରଣ କରିସାରିଥିବାରୁ ତାଙ୍କ ଦରମା ଧାର୍ଯ୍ୟ କରିବା ସହ ପେନ୍‌ସନ୍‌ ଏବଂ ଅବସରକାଳୀନ ସମସ୍ତ ପ୍ରାପ୍ୟ ହିସାବ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଏହି ଆଦେଶର ୧୧୭୦ ଦିନ ପରେ ସୁପ୍ରିମ୍‌କୋର୍ଟରେ ଏକ ଏସ୍‌ଏଲ୍‌ପି ରୁଜୁ କରିଥିଲେ । ଯାହା ୨୦୧୮ ମସିହାରେ ଖାରଜ ହୋଇଯାଇଥିଲା । କିନ୍ତୁ ସୁପ୍ରିମ୍‌କୋର୍ଟରୁ ଏହି ପିଟିସନ୍‌ ଖାରଜ ହେବା ସତ୍ତେ୍ୱ ଆବେଦନକାରୀଙ୍କୁ ତାଙ୍କ ପ୍ରାପ୍ୟ ଦିଆଯାଇନଥିଲା । ଅନ୍ୟପକ୍ଷରେ ୨୦୧୦ ମସିହାରେ ପ୍ରଫୁଲ୍ଲ ମହାନ୍ତିଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ପତ୍ନୀ ମୀନଲତା ମହାନ୍ତି ଏହି ମାମଲା ଲଢି ଆସୁଥିଲେ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ତାଙ୍କୁ ତାଙ୍କର ପ୍ରାପ୍ୟ ନମିଳିବାରୁ ଆବେଦନକାରିଣୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରାପ୍ୟ ହିସାବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୪ ମସିହାରେ ହାଇକୋର୍ଟ ଦେଇଥିବା ଆଦେଶ ପର୍ଯ୍ୟନ୍ତ ଯେତିକି ପ୍ରାପ୍ୟ ମିଳିବ ତାହା ଉପରେ ୫% ସୁଧ, ହାଇକୋର୍ଟର ରାୟ ପ୍ରକାଶ ଠାରୁ ସୁପ୍ରିମ୍‌କୋର୍ଟରେ ଏସ୍‌ଏଲ୍‌ପି ଖାରଜ ହେବା ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୬% ସୁଧ ଏବଂ ସେବେଠାରୁ ଏପର୍ଯ୍ୟନ୍ତ ୧୦% ସୁଧ ସହ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ମାମଲାର ପରିଚାଳନା ଖର୍ଚ୍ଚ ବାବଦରେ ଆବେଦନକାରିଣୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଅଦାଲତଙ୍କ ଆଦେଶର ମାସକ ମଧ୍ୟରେ ତାଙ୍କର ସମସ୍ତ ପ୍ରାପ୍ୟ ଜଣେ ସ୍ୱତନ୍ତ୍ର ମେସେଞ୍ଜରଙ୍କ ଜରିଆରେ ପ୍ରଦାନ କରାଯିବ । ଫଳରେ ଏହି ଅଶୀତିପର ମହିଳା ଜଣକ ଶେଷ ଜୀବନ ଶାନ୍ତିରେ କାଟିପାରିବ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ବିମ୍ବିସାର ଦାଶ ଏବଂ ଆଇନଜୀବୀ ସର୍ବେଶ୍ୱର ବେହେରା ମାମଲା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର