ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜଷ୍ଟିସ ବିପି ଦାସ

ଭୁବନେଶ୍ୱର ୫/୯: ଓଡ଼ିଶା ମନବାଧିକାର କମିଶନ (ଓଏଚ୍‌ଆର୍‌ସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ବିମଳ ପ୍ରସାଦ ଦାସ । ବିଧିବଦ୍ଧ ଭାବେ ବୁଧବାର ଜଷ୍ଟିସ ଦାସ କମିଶନଙ୍କ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ କହିଛନ୍ତି, କାର୍ଯ୍ୟାଳୟରେ ସ୍ୱଛତାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । କମିଶନଙ୍କ ନିକଟରେ ଦୀର୍ଘଦିନ ହେବ ବହୁ ମାମଲା ପଡ଼ି ରହିଛି । ଏହାର ତ୍ୱରିତ ଶୁଣାଣି ସହ ନ୍ୟାୟ ଦେବାକୁ ଆମେ ପଦକ୍ଷେପ ନେବୁ । କାହାର ମାନବାଧିକାର କ୍ଷୁର୍ଣ୍ଣ ହେବାକୁ ଦିଆଯିବ ନାହିଁ । ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦୁର୍ବଳ ବର୍ଗଙ୍କ ମାନବାଧିକାର କ୍ଷୁର୍ଣ୍ଣ ସଂପର୍କିତ ମାମଲା ଅଗ୍ରାଧିକାର ଭିତ୍ତିରେ ଶୁଣାଣି ହେବ । ଏଥିପାଇଁ କମିଶନ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯିବ ।

ଉଲ୍ଲେଖଯୋଗ୍ୟ, ୨୦୧୨ ନଭେମ୍ବର ପରଠାରୁ ଏ ଅଧ୍ୟକ୍ଷ ପଦବି ଖାଲି ପଡ଼ିଥିଲା । ନିକଟରେ ଗୋଟିଏ ଅଧ୍ୟକ୍ଷ ଓ ଗୋଟିଏ ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ବସିଥିଲା । କମିଟି ୩ଟି ଲେଖାଏଁ ନାମ ରାଜଭବନକୁ ସୁପାରିସ କରିଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧ୍ୟକ୍ଷ ଭାବେ ଜଷ୍ଟିସ ଦାସ ଏବଂ ସଦସ୍ୟ ଭାବେ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାସଙ୍କ ନାଁରେ ମୋହର ମାରିବା ପରେ ଗତ ୨୨ରେ ସରକାର ନିଯୁକ୍ତି ଦେଇଥିଲେ । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦାସଙ୍କୁ ରାଜ୍ୟ ସରକାର ଶ୍ରୀମନ୍ଦିର ସଂସ୍କାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ତାଙ୍କର ସୁପାରିଶକ୍ରମେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ଉଚ୍ଛେଦ ଅଭିଯାନ ପୁରୀରେ ଚାଲୁ ରହିଛି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍

ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା

ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !