PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ପାଇଁ ଆମେରିକାରେ ଉଠିଲା ସ୍ୱର , ସଡ଼କରେ ଲାଗିଲା ଏମିତି ବୋର୍ଡ

zeenews.india.com

ନୂଆଦିଲ୍ଲୀ – ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଏବେ ସିବିଆଇ ହାତକୁ ଚାଲିଯାଇଛି। ପ୍ରଶଂସକମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ  ବାରମ୍ୱାର ସୁଶାନ୍ତ ସିଂହ ରାଜପୁତଙ୍କୁ ଜଷ୍ଟିସ୍‌ ଦେବାକୁ ଦାବି କରୁଛନ୍ତି। ଗତ ଦିନମାନଙ୍କରେ ସୋସିଆଲ ମିଡ଼ିଆରେ ଜଷ୍ଟିସ୍‌ ଫର୍‌ ସୁଶାନ୍ତ ସିଂହ ରାଜପୁତ ହ୍ୟାସ୍‌ଟାଗ୍‌ ଟ୍ରେଣ୍ଡ କରୁଥିଲା। ଏହି କେସ୍‌କୁ ନେଇ ଏବେ ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ନ୍ୟାୟ ଦେବାକୁ ସ୍ୱର ଉଠିଲାଣି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମଧ୍ୟ ସାରା ଦୁନିଆରେ ତାଙ୍କର ଫ୍ୟାନ୍‌ ଫଲୋଇଙ୍ଗରେ କୌଣସି ହ୍ରାସ ଘଟିନାହିଁ। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ତାଙ୍କ କୁକୁରର ବେଲ୍ଟରେ : ଦିବଙ୍ଗତ ଅଭିନେତାଙ୍କ ଏକ୍ସ-ଆସିଷ୍ଟାଣ୍ଟଙ୍କ ବିସ୍ଫୋରକ ଦାବି

କହି ରଖୁଛି କି , ଆମେରିକାର ଲୋକ ମଧ୍ୟ ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଏହି ଦୌଡ଼ରେ ସାମିଲ୍‌ ହୋଇଯାଇଛନ୍ତି।

ନିକଟରେ ଅଭିନେତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓ ଆମେରିକାର  କାଲିଫୋର୍ନିଆର । ସୁଶାନ୍ତଙ୍କ ମୃତ୍ୟୁ ମାମଲା : ସୁପ୍ରିମ୍‌ କୋର୍ଟରେ ବିହାର ପୁଲିସ୍ କହିଲା – ମୁମ୍ୱାଇ ପୁଲିସ୍‌ କରୁଛି ରିୟାଙ୍କୁ ସାହାଯ୍ୟ

ଏହା ସହ ସୁଶାନ୍ତଙ୍କ ଭଉଣୀ ଶ୍ୱେତା କିଛି ଫଟୋ ମଧ୍ୟ ସେୟାର କରିଛନ୍ତି , ଯେଉଁଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁର ବ୍ୟାନର ଆମେରିକାର ସଡ଼କରେ ଲାଗିଥିବା ନଜର ଆସୁଥିଲା । ଏହି ବ୍ୟାନର ଗୁଡ଼ିକରେ ଜଷ୍ଟିସ୍‌ ଫର୍‌ ସୁଶାନ୍ତ ସିଂହ ରାଜପୁତ  ଲେଖା ଦେଖିବାକୁ ମିଳିଥିଲା । ଫଟୋକୁ ସେୟାର କରି  ଶ୍ୱେତା  କ୍ୟାପସନରେ ଲେଖିଛନ୍ତି , “ଭାଇର କାଲିଫୋର୍ନିଆରେ ବିଲ୍‌ବୋର୍ଡ । ଏବେ ଏହା ବିଶ୍ୱବ୍ୟାପି ଏକ ଆନ୍ଦୋଳନ । “

କହି ରଖୁଛି କି , ଅଭିନେତା ସୁଶାନ୍ତ ସିଂହ ରାଜପୁତ  ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଦେଇଥିଲେ । ‘ଛିଛୋର’ର ଅଭିନେତା ନିଜର ବାନ୍ଦ୍ରା ସ୍ଥିତ ଘରେ ୧୪ ଜୁନ୍‌ରେ ମୃତ ଭାବେ ଉଦ୍ଧାର ହୋଇଥିଲେ ।  ଆକ୍ଟରଙ୍କ ନିଧନ ପରେ ପୁରା ଦେଶ ଦୁଃଖରେ ମର୍ମାହତ । ତାଙ୍କର ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ଏହି ମାମଲାରେ ଏବେ ପ୍ରତିଦିନ  ନୂଆ ନୂଆ କଥା ସାମନାକୁ ଆସୁଛି ।