ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ୱର/କଟକ ଏପ୍ରିଲ ୧୯ – ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ । ସୁପ୍ରିମକୋର୍ଟ କଲେଜିୟମ୍ ଏ ନେଇ ଜଷ୍ଟିସ୍ ମହମ୍ମଦ ରଫିକ୍‌ଙ୍କ ନାମକୁ ସୁପାରିଶ କରିଛନ୍ତି । ଜଷ୍ଟିସ୍ ମହମ୍ମଦ ରଫିକ୍ ଏବେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମେଘାଳୟ ପୂର୍ବରୁ ଜଷ୍ଟିସ୍ ମହମ୍ମଦ ରଫିକ୍ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ଗତ ବର୍ଷ ନଭେମ୍ବର ୧୩ ତାରିଖରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।

   ସମ୍ବନ୍ଧିତ ଖବର


ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ : ମିଳିନି ପରିଚୟ, ଚାଲିଛି ତଦନ୍ତ

ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା, ଅଳ୍ପକେ ବର୍ତ୍ତିଲେ ଘରେ ଥିବା ୭ ଜଣ

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ