ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍ ପିନାକୀ ଘୋଷ

ନୂଆଦିଲ୍ଲୀ,୨୩।୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବରେ ଆଜି ଶପଥ ଗ୍ରହଣ କରିଛନ୍ତି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଲୋକପାଳଙ୍କ ନିଯୁକ୍ତିକୁ ନେଇ ଖୁବ୍ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି। ଜଷ୍ଟିସ୍ ଘୋଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରଥମ ଲୋକପାଳ ଭାବରେ ଶପଥ ଗ୍ରହଣ କରାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ।
Justice Pinaki Ghose takes oath as the first Lokpal of India pic.twitter.com/Mid1uDrcBG
— ANI (@ANI) March 23, 2019
ଜଷ୍ଟିସ୍ ଘୋଷଙ୍କୁ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ମଧ୍ୟ ଉପସ୍ଥିତ ଥିଲେ। ଜଷ୍ଟିସ୍ ଘୋଷ ପୂର୍ବରୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ସୁପ୍ରିମକୋର୍ଟର ବିଚାରପତି ରହିସାରିଛନ୍ତି। ଜଷ୍ଟିସ୍ ଘୋଷ ଏବେ ରାଷ୍ଟ୍ରୀୟ ମାନାବଧିକାର ଆୟୋଗର ସଦସ୍ୟ ମଧ୍ୟ ଅଛନ୍ତି। ତାଙ୍କୁ ମାନବାଧିକାର ଆଇନର ବିଶେଷଜ୍ଞ ଭାବରେ ମଧ୍ୟ ଜଣାଯାଏ।
Delhi: Justice Pinaki Chandra Ghose with PM Narendra Modi, President Ram Nath Kovind, Vice-President M Venkaiah Naidu and Chief Justice of India Ranjan Gogoi after taking oath as the first Lokpal of India pic.twitter.com/f5BeIaVmYq
— ANI (@ANI) March 23, 2019
ଜଷ୍ଟିସ ପିସି ଘୋଷଙ୍କୁ ଲୋକପାଳ ନିଯୁକ୍ତ କରିବା ସହ ନ୍ୟାୟିକ ସଦସ୍ୟ ଭାବରେ ଜଷ୍ଟିସ୍ ଦିଲ୍ଲୀପ ବି. ଭୋସଲେ, ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ୍ ଅଭିଳାଷ କୁମାରୀ, ଜଷ୍ଟିସ୍ ଅଜୟ କୁମାର ତ୍ରୀପାଠି ରହିବେ। ନ୍ୟାୟିକ ସଦସ୍ୟଙ୍କ ସହ କମିଟିରେ ୪ ଅନ୍ୟ ସଦସ୍ୟଙ୍କ ଭାବରେ ଦିନେଶ କୁମାର ଜୈନ, ଅର୍ଚନା ରାମସୁନ୍ଦରମ, ମହେନ୍ଦ୍ର ସିଂହ ଓ ଡାକ୍ତର ଇନ୍ଦ୍ରଜିତ ପ୍ରସାଦ ଗୌତମଙ୍କୁ ମଧ୍ୟ ସାମିଲ କରାଯାଇଛି।
ଉଲ୍ଳେଖନୀୟ ଯେ, ଲୋକପାଳ ନିଯୁକ୍ତିର ସିଲେକ୍ଟ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟ ବିଚାରପତି ଓ ତାଙ୍କ ଦ୍ବାରା ମନୋନୀତ ବିଚାରପତି, ବିରୋଧୀ ଦଳ ନେତା, ଲୋକସଭା ଅଧ୍ୟକ୍ଷ ଓ ଜଣେ ଜୁରିଷ୍ଟ ରହିଛନ୍ତି। ଯଦିଓ ସୁପ୍ରିମକୋର୍ଟରେ ବିରୋଧୀ ଦଳର ନେତା ନଥିବା ସ୍ଥିତିରେ ବିରୋଧୀ ଦଳର ନେତାଙ୍କୁ ବିଶେଷ ଭାବରେ ନିମନ୍ତ୍ରିତ ସଦସ୍ୟ ଭାବରେ ସାମିଲ କରିବା ନେଇ ସରକାର କହିଥିଲେ। କଂଗ୍ରେସ ନେତା ମାଲିକାର୍ଜୁନ ଖଡଗେ ଲୋକପାଳ କମିଟିର ବୈଠକରେ ଯୋଗ ଦେବାକୁ ମନା କରିବା ସହ ସରକାରଙ୍କ ବିରୋଧରେ ମନମାନୀ କରିଥିବା ନେଇ ଅଭିଯୋଗ କରିଛନ୍ତି।